ଖୋଲିଲା ବାଲିଅନ୍ତାରେ ହୋଟେଲ ବ୍ୟବସାୟୀ ବିଶ୍ୱଜିତ୍ ନାୟକ ହତ୍ୟା ରହସ୍ୟ: ଅବୈଧ ସମ୍ପର୍କ, ଝଗଡ଼ାକୁ ନେଇ ହତ୍ୟା କରିଥିଲେ କେୟାରଟେକର

3,613

କନକ ବ୍ୟୁରୋ: ଅବୈଧ ପ୍ରେମର କରୁଣ ପରିଣତି । ବାଲିଅନ୍ତାରେ ହୋଟେଲ ବ୍ୟବସାୟୀଙ୍କ ହତ୍ୟାକାଣ୍ଡ ପଛରେ ରହିଛି ଏମିତି ଏକ ଲୋମଟାଙ୍କୁରା କାହାଣୀ । ଯାହାକୁ ପ୍ରେମ କରୁଥିଲେ, ସେହି ହିଁ ଶେଷରେ ଜୀବନ ନେଇଛି । ବିବାହ ପାଇଁ ଜିଦ୍ କରି ସଫଳ ନହେବାରୁ ପ୍ରେମିକକୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେଇଛି ପ୍ରେମିକା । କାଠ ଫାଳିଆରେ ପିଟି ପିଟି ଅତି ନୃଶଂସ ଭାବେ ହତ୍ୟା କରିଛି ।

ଶୁଙ୍କି ରଣା, ଘର ଝାରସୁଗୁଡା
ବିଶ୍ୱଜିତ ନାୟକଙ୍କ ପତ୍ନୀ ନଥିବାରୁ ଘର ଓ ପୁଅର ଦେଖାଶୁଣା କରୁଥିଲେ ଶୁଙ୍କି । ବିଶ୍ୱଜିତଙ୍କ ମା ପୁରୀ ସ୍ଥିତ ଶଙ୍କଟମୋଚନ ଆଶ୍ରମରେ ଥିବା ସମୟରେ ଶୁଙ୍କି ସହ ଚିହ୍ନାଜଣା ହୋଇଥିଲେ ଓ ପରବର୍ତୀ ସମୟରେ ନିଜ ପୁଅ ବିଶ୍ୱଜିତ ସାଙ୍ଗେ ପରିଚୟ କରାଇଥିଲେ । ସମୟ ଗଡିବା ସହ ବିଶ୍ୱଜିତ ଓ ଶୁଙ୍କିଙ୍କ ମଧ୍ୟରେ ଅବୈଧ ପ୍ରେମ ସମ୍ପର୍କ ଗଢି ଉଠିଥିଲା ହେଲେ ସେମାନଙ୍କ ପ୍ରେମରେ ବାଧକ ସାଜିଥିଲା ରହିବା ସ୍ଥାନ । ଶୁଙ୍କିର ଆଶ୍ରମ ପ୍ରତି ଅହେତୁକ ଦୁର୍ବଳତା ଥିବାରୁ ଶୁଙ୍କି ଚାହୁଁଥିଲା ବିଶ୍ୱଜିତ ଆଶ୍ରମରେ ଆସି ତାସହ ରହୁ । ହେଲେ ବିଶ୍ୱଜିତ ଚାହୁଁଥିଲା ଯେ ଶୁଙ୍କି ଆଶ୍ରମରେ ନରହି ତାଙ୍କ ପାଖରେ ବାଲିଅନ୍ତାରେ ରହୁ । ଏକଥାକୁ ନେଇ ଉଭୟଙ୍କ ମଧ୍ୟରେ ସବୁ ସମୟରେ ଝଗଡା ଲାଗି ରହୁଥିଲା । ଗତ ଶନିବାର ଦିନ ଉଭୟଙ୍କ ଝଗଡା ଉଗ୍ର ରୁପ ଧାରଣ କରିଥିଲା । ଆଉ ଶେଷରେ ଉତକ୍ଷିପ୍ତ ହୋଇ ଏକ କାଠଫାଳିଆ ଦ୍ୱାରା ବିଶ୍ୱଜିତଙ୍କ ମୁଣ୍ଡକୁ ଛେଚି ଦେଇଥିଲେ ଶୁଙ୍କି ଆଉ ବିଶ୍ୱଜିତଙ୍କ ପ୍ରାଣବାୟୁ ଘଟଣା ସ୍ଥଳରେ ଉଡିଯାଇଥିଲା ।

ହତ୍ୟା କରିବାର ଥିଲା ଅଭିଜ୍ଞତା
ପୁର୍ବରୁ କରିଥିଲା ଯା ର ହତ୍ୟା
ହତ୍ୟା କରିବା ଶୁଙ୍କି ରଣା ପାଇଁ କୌଣସି ନୁଆ କଥା ନଥିଲା । ପୋଲିସ ସୁଚନା ଅନୁସାରେ
୧୨ ବର୍ଷ ତଳେ ନିଜ ଯା କୁ ନିଜ ହାତରେ ହତ୍ୟା କରିଥିଲା ଏହି ସାଇକୋ କିଲର
ନିଜ ଯାର ସ୍ୱାମୀ ସହ ଅନୌତିକ ସମ୍ପର୍କ ରଖିଥିଲା ଶୁଙ୍କି ରଣା
ଏକଥା ସାମନାକୁ ଆସିବା ପରେ ପରିବାରରେ ବିବାଦ ଉଗ୍ର ରୁପ ଧାରଣ କରିଥିଲା
ଏହାପରେ ମାନସିକ ଭାରସାମ୍ୟ ହରାଇ ନିଜ ଯା କୁ ହତ୍ୟା କରି ରାସ୍ତାରୁ ହଟାଇ ଥିଲା
ସେହି ହତ୍ୟା ମାମଲାରେ ୧୨ ବର୍ଷ ଜେଲରେ ସଜା କାଟିଥିଲା ଶୁଙ୍କିô
ଜେଲରୁ ମୁକୁଳିବା ପରେ ପୁରୀର ଶଙ୍କଟ ମୋଚନ ଆଶ୍ରମରେ ରହୁଥିଲା ଶୁଙ୍କି

ହତ୍ୟାକାଣ୍ଡରେ ବ୍ୟବହୃତ ଅସ୍ତ୍ର ସହ ହତ୍ୟା ସମୟରେ ଶୁଙ୍କି ପିନ୍ଧିଥିବା ରକ୍ତ ଲଗା ବସ୍ତ୍ରକୁ ଜବତ କରିଛି ପୋଲିସ । ଶୁଙ୍କି କିଭଳି ଏ ହତ୍ୟାକାଣ୍ଡ କରିଥିଲା ତାର ଡେମୋ ପୋଲିସକୁ ଦେଖାଇବା ପରେ ତାକୁ କୋର୍ଟ ଚାଲାଣ କରାଯାଇଛି ।