ରହସ୍ୟମୟ ହେଉଛି ରୂପେଶଙ୍କ କାହାଣୀ । ଖେଳନା ବନ୍ଧୁକ ଧରି ଆକ୍ରମଣ କରି ଫଶିଗଲେ । ପଢନ୍ତୁ, କେମିତି ଥିଲା ସେଦିନର ପୂରା ଘଟଣା…

353

କନକ ବ୍ୟୁରୋ: ରାଜଧାନୀରେ ରହସ୍ୟମୟୀ ଛୁରାମାଡ ଘଟଣାରେ ନୂଆ ନୂଆ ରୋଚକ ତଥ୍ୟ ସାମ୍ନାକୁ ଆସୁଛି । ଯୁବତୀ ବେଶରେ ଆସିଥିବା ରୂପେଶ ପଣ୍ଡାଙ୍କୁ ଘରେ ଥିବା ମାଆ ଓ ଝିଅ କେମିତି ମୁକାବିଲା କଲେ ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ରୂପେଶ ନିଜ ସହ ଏକ ନକଲି ବନ୍ଧୁକ ଆଣିଥିଲେ । ଏହି ବନ୍ଧୁକ ସେ ଘର ଭିିତରେ ଫୁଟାଇ କୁଆଡେ ଡରାଇବାକୁ ଚେଷ୍ଟା କରିଥିଲେ ଏବଂ ଏହି ବନ୍ଧୁକ ଫୁଟିବା ପରେ ଏହା ନକଲି ବନ୍ଧୁକ ବୋଲି ଜଣାପଡି ଯାଇଥିଲା । ଏହାଛଡା ସେ ଜଣେ ଯୁବତୀ ବୋଲି ମାଆ ଓ ଝିଅ ଧରିନେଇଥିଲେ ଏବଂ ମୁକାବିଲା କରିବାକୁ ସାହସ କରିଥିଲେ ।

ତେବେ ରାଜଧାନୀର ରହସ୍ୟମୟ ଛୁରୀ ମାଡ ପଛରେ ଲୁଟ ଉଦ୍ଦେଶ୍ୟ ଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି, କିନ୍ତୁ ବିଶେଷ କିଛି ସୁରାକ ପାଇ ନାହିଁ । ଏନେଇ ଅଭିଯୁକ୍ତ ରୁପେଶ ପଣ୍ଡାକୁ ପୁଲିସ ଅଟକ ରଖି ପଚରା ଉଚରା କରୁଛି । ସେପଟେ ଯୁବତୀ ପୁଲିସ ଆଗରେ ବୟାନ ଦେଇ କହିଛନ୍ତି, ରୁପେଶ ଖେଳଣା ବନ୍ଧୁକ ଧରିଥିବା ଜାଣିବା ପରେ ହିଁ ପ୍ରତି ଆକ୍ରମଣ କରିବାକୁ ସାହାସ ପାଇଥିଲେ । ଯୁବତୀଙ୍କ କହିବା ଅନୁସାରେ ରୁପେଶ ଘରେ ପଶିବା ମାତ୍ରେ ଛୁରୀ ଚଲାଇଥିଲା । ଧସ୍ତାଧସ୍ତି ଭିତରେ ତା ହାତରୁ ଛୁରୀ ଛଡେଇ ନେବାରୁ ସେ ବନ୍ଧୁକ ଧରି ଡରାଇଥିଲା । ଅଧିକ ଭୟଭୀତ କରିବାକୁ ଗୁଳି ଫୁଟାଇଥିଲା । ଆଉ ତାହା ହିଁ ରୁପେଶକୁ ମହଙ୍ଗା ପଡିଲା ।

ରୁପେଶ ମାଆ-ଝିଅଙ୍କୁ ଡରାଇବାକୁ ଯାଇ ଗୁଳି କରିଥିଲା । ଗୁଳି ଶବ୍ଦରୁ ଖେଳଣା ବନ୍ଧୁକ ବୋଲି ଜାଣିଥିଲେ ମାଆ-ଝିଅ । ଏହାପରେ ଦୁହେଁ ମିଶି ରୁପେଶକୁ ଆକ୍ରମଣ କରିବା ସହ ଚିକ୍ରାର କରିବାରୁ ପାଖ ପଡୋଶୀ ଆସିଥିଲେ ଓ ରୁପେଶ ଧରାପଡିଥିଲା । ଚର୍ଚ୍ଚା ହେଉଛି, ରୁପେଶ ଯଦି ବନ୍ଧୁକର ଗୁଳି କରିନଥାନ୍ତା, ହୁଏତ ମାଆ-ଝିଅ ଆକ୍ରମଣ କରିବାକୁ ସାହାସ କରିପାରିନଥାନ୍ତେ । ସେପଟେ ଲୁଟ ଉଦ୍ଦେଶ୍ୟ ନେଇ ରୁପେଶ ପଡୋଶୀଙ୍କ ଘରେ ପଶିଥିବା ପୁଲିସ ସନ୍ଦେହ କରୁଛି । ସେମାନଙ୍କ କଲ ଡିଟେଲ୍ସ ଯାଞ୍ଚ କରି ପୂର୍ବରୁ ଯୁବତୀଙ୍କ ସହ ରୁପେଶର ସଂପର୍କ ଥିବା ପ୍ରମାଣ ପୁଲିସ ପାଇନଥିବା କୁହାଯାଉଛି । ଅନ୍ୟପଟେ ରୁପେଶ ଦେଇଥିବା ବୟାନ ଅନୁସାରେ ଆଖପାଖ ଅଂଚଳର ସିସିଟିଭି ଫୁଟେଜ ଯାଂଚ ପରେ ବି ପୁଲିସ ହାତରେ କିଛି ଲାଗିନଥିବା କୁହାଯାଉଛି ।

ଭୁବନେଶ୍ୱର ଶୈଳଶ୍ରୀବିହାର ଅଂଚଳରେ ହୋଇଥିବା ରହସ୍ୟମୟ ଛୁରା ମାଡ ଘଟଣାର ୨ ଦିନ ପରେ ବି ପୁଲିସ ରହସ୍ୟ ଭେଦ କରିପାରି ନାହିଁ । ଏବେ ବି ଅନେକ ଦିଗ ସନ୍ଦେହ ଘେରରେ…

  • କାହିଁକି ରୁପେଶ ମ୍ୟାକ୍ସି ପିନ୍ଧି ପଡୋଶୀଙ୍କ ଘରେ ପଶିଥିଲା?
  • ଯଦି ଉଦ୍ଦେଶ୍ୟ ଲୁଟ ଥିଲା, ଦିନ ୧୨ଟାରେ କାହିଁକି ଘରେ ପଶିଲା?
  • ପୁଲିସ କବଳରୁ ବଂଚିବାକୁ ମନଗଢା କାହାଣୀ କହୁଛି କି ରୂପେଶ?