ସାମନାକୁ ଆସିଲା କାର ଅପହରଣ ପଛର ରହସ୍ୟ । ବଲାଙ୍ଗୀରର ଜଣେ ବ୍ୟକ୍ତିଙ୍କୁ ଟାର୍ଗେଟ କରି ହୋଇଥିଲା କାର ଅପହରଣ । ମିଶନ ବିଫଳ ହେବାରୁ ଆକ୍ସିସ ବ୍ୟାଙ୍କକୁ ଲୁଟ କରିବା ପାଇଁ କରିଥିଲେ ଯୋଜନା

343

କନକ ବ୍ୟୁରୋ : ବାହାଘର ଭୋଜିରେ ଯୋଗ ଦେବା ପାଇଁ ଶନିବାର ସକାଳ ପ୍ରାୟ ସାଢେ ୪ଟାରୁ ଏହି ଇନୋଭା ଗାଡିରେ ବାହାରିଥିଲେ ଡକାୟତମାନେ । ଗାଡି ଭୁବନେଶ୍ୱରରୁ ବଲାଙ୍ଗିର ଅଭିମୁଖେ ଯାଉଥିଲା । ସମୟ ଗଡି ଗଡି ଚାଲିଥିଲା । ଗାଡି ଆଗକୁ ବଢି ବଢି ଚାଲିଥିଲା । କିନ୍ତୁ କାହାରିକୁ ଜଣାନଥିଲା ଏହି ଗାଡି ଭିତରେ ବସିଥିବା ଡକାୟତମାନେ ଏକ ବଡ ଅପରାଧର ଯୋଜନା କରୁଛନ୍ତି । କାଳେ କିଏ ସନ୍ଦେହ କରିବ ସେଥିପାଇଁ କୋଡ ୱାର୍ଡରେ କଥା ହେଉଥିଲେ ଡକାୟତମାନେ । ପୋଲିସର ସୂଚନା ଅନୁସାରେ, ବଲାଙ୍ଗିରରେ ଏକ ବଡ ଅପରାଧ ଘଟାଇବାକୁ ଯୋଜନା କରିଥିଲେ ଏହି ଡକାୟତମାନେ । ଏହି ବଡ ଡକାୟତି ଯୋଜନା ଥିଲା ବଲାଙ୍ଗିରରେ ।

ପାଟଣାଗଡ ପାଖାପାଖି ପହଂଚିବା ବେଳକୁ ରାତି ହୋଇଯାଇଥିଲା । ଗାଡି ମଝିରେ ମଝିରେ ଅଟକୁ ଥିଲା ଏବଂ ଅନ୍ୟ ଏକ ପିକଅପ ଭ୍ୟାନରେ ଆସିଥିବା ଆଉ କିଛି ଡକାୟତମାନଙ୍କ ସହିତ ଏମାନେ କଥା ହେଉଥିଲେ । ଗାଡି ପ୍ରାୟ ୩ ଥର ଅଟକିଥିଲା । କିନ୍ତୁ ବଲାଙ୍ଗିରରେ ଏକ ବଡ ଡକାୟତ ଯୋଜନାର ସଫଳ ରୁପାୟନ କରିପାରୁନଥିଲେ ଡକାୟତମାନେ ।

ପ୍ଲାନ ଏ ଫେଲ ମାରିବା ପରେ ପ୍ଲାନ ବିକୁ ସଫଳ କରିବା ପାଇଁ ଲାଗିପଡିଥିଲେ ଡକାୟତମାନେ । ମାଉଜର, ଭୁଜାଲି, କାତି ଓ ମାସ୍କ ସବୁ ପ୍ରସ୍ତୁତ ଥିଲା । ଗୋଟିଏ ପଟେ ପୋଲିସ ଟ୍ରାକ କରୁଥିଲା ଜିପିଏସରେ କୁଆଡେ ଯାଉଛି ଗାଡି, କେଉଁଠି ଅଟକୁଛି ଗାଡି । ଏପଟେ ବୌଦ୍ଧର ଚାରିଛକ ନିକଟ ଆକ୍ସିସ ବ୍ୟାଙ୍କ ଆଗରେ ଅଟକିଥିଲା ଇନୋଭା । ପୋଲିସର ସନ୍ଦେହ ହୋଇଥିଲା ଏମାନେ ବ୍ୟାଙ୍କ ଲୁଟ କରିବାକୁ ଯୋଜନା କରୁଛନ୍ତି । ସଙ୍ଗେ ସଙ୍ଗେ ପୋଲିସ ପିସିଆର ଟିମକୁ ଆଲର୍ଟ କରିିଥିଲା । ପୋଲିସ ପିଛା କରୁଥିବା ଜାଣିପାରି ଡକାୟତମାନେ ଆଗକୁ ବଢିଥିଲେ । ଫେଲ ମାରିଥିଲା ପ୍ଲାନ ବି ।

ଦେଖିବାକୁ ସାଦାସିଧା ଥିବା ଏହି ବ୍ୟକ୍ତି ଜଣେ ଜଣେ ପେଶାଦାର ଅପରାଧୀ । ଏହି ପେଶାଦାର ଅପରାଧୀମାନେ ଏକ ବଡ ଅପରାଧିକ ଯୋଜନା କରିଥିଲେ । ତେବେ ଯାତ୍ରାର ପ୍ରଥମ ୨୪ ଘଂଟାରେ ସେମିତି କିଛି ଅପରାଧ ଘଟାଇପାରିନଥିଲେ । ବଲାଙ୍ଗିରରେ ଡକାୟତି ଫେଲ ମାରିବା ପରେ ବ୍ୟାଙ୍କ ଲୁଟ କରିବା ପାଇଁ ଯୋଜନା କରିଥିଲେ ମଧ୍ୟ ଏଥିରେ ସଫଳ ହୋଇପାରିନଥିଲେ ଅପରାଧୀ । ଶେଷରେ ଚାରିଛକ ନିକଟରେ ନାକାବନ୍ଦୀ କରି ପୋଲିସ ଏହି ଡକାୟତମାନଙ୍କୁ ଗିରଫ କରିଥିଲା । ଡ୍ରାଇଭରଙ୍କୁ ଉଦ୍ଧାର କରିଥିଲା ।