କନକ ବ୍ୟୁରୋ : କେନ୍ଦ୍ରାପଡ଼ା ମାର୍ଶାଘାଇ ଥାନା ଅଞ୍ଚଳର ଅପରାଧୀ ପ୍ରତାପ ସାହୁ ଅପହରଣ ଓ ହତ୍ୟା ଘଟଣାରେ ୬ ଗିରଫ । ଏହା ସହ ଦୁଇଟି କାର, ତିନିଟି ବାଇକ୍, ୬ଟି ମୋବାଇଲ, ୨ଟି କୋଦାଳ ବେଣ୍ଟ ଜବତ ହୋଇଛି । ଘଟଣାରେ ଆହୁରି ୧୨ ଜଣ ଅଭିଯୁକ୍ତ ଫେରାର ଥିବା ସୂଚନା ଦେଇଛନ୍ତି କେନ୍ଦ୍ରାପଡ଼ା ଏସପି । ଗତ ମେ’ ୩୧ ତାରିଖରେ ପ୍ରତାପ ସାହୁଙ୍କୁ ଅପହରଣ କରାଯାଇଥିଲା । ୧୫ ଜଣ ଦୁର୍ବୃତ୍ତ ଅପହରଣ କରିନେଇଥିବା ପ୍ରତାପଙ୍କ ପତ୍ନୀ ଅଭିଯୋଗ କରିଥିଲେ । ତାପରଦିନ ତାଙ୍କର ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଥିଲା । ମୃତଦେହକୁ ପରିବାର ଲୋକେ ଚିହ୍ନଟ କରିଥିଲେ । ଘଟଣାରେ ପୋଲିସ ୪ଟି ଟିମ୍ ଗଠନ କରି ରାଜ୍ୟ ଓ ରାଜ୍ୟ ବାହାରେ ଚଢାଉ କରିଥିଲା ।