କନକ ବ୍ୟୁରୋ: ପୁଣି ଖୋଲିବ ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲା । ମାମଲାରେ ସିବିଆଇ ତଦନ୍ତ ପାଇଁ ସୁପାରିସ କରାଯିବ ବୋଲି କହିଛନ୍ତି କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ । ରବିବାର ମମିତା ମେହେରଙ୍କ ପୈତୃକ ଘର ତୁରେକେଲା ବ୍ଲକ ଝରଣୀ ଗାଁକୁ ଯାଇ ତାଙ୍କ ପରିବାରବର୍ଗଙ୍କୁ ଭେଟିଥିଲେ ବିଜେପି ବିଧାୟକ । ଏହାସହ ମମିତା ହତ୍ୟାକାଣ୍ଡର ତଦନ୍ତ ପାଇଁ ସିବିଆଇକୁ ସୁପାରିସ କରାଯିବ ବୋଲି କହିଛନ୍ତି ବିଧାୟକ ଲକ୍ଷ୍ମଣ ବାଗ । ବିଜେପି ପକ୍ଷରୁ ବିଧାୟକଙ୍କ ସହ ଜିଲ୍ଲା ସଭାପତି ଶିବାଜୀ ମହାନ୍ତି ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।
ପୁଣି ଖୋଲିବ ମମିତା ମେହେର ହତ୍ୟା ମାମଲା । ପୀଡିତାଙ୍କ ପରିବାର ଲୋକଙ୍କୁ ଭେଟିଲେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ।
/kanak/media/post_attachments/wp-content/uploads/2024/06/19-7.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)