କନକ ବ୍ୟୁରୋ: ବିଧାନସଭାରେ ପାରିତ ହେଲା ମ୍ୟୁନିସପାଲଟି ଆଇନ ସଂଶୋଧନ ବିଲ । ବିଲ୍ ପାରିତ ହେବା ପରେ ପୌର ନିର୍ବାଚନ ପାଇଁ ବାଟ ଫିଟିଛି । ପଛୁଆ ବର୍ଗଙ୍କ ପାଇଁ ୫୦ ପ୍ରତିଶତ ଭିତରେ ସଂରକ୍ଷଣ ରହିବ । ଅର୍ଥାତ ସଂରକ୍ଷଣ ବ୍ୟବସ୍ଥା ୫୦ ପ୍ରତିଶତ ଅତିକ୍ରମ କରିବ ନାହିଁ। ପଛୁଆ ବର୍ଗଙ୍କ ପାଇଁ ୨୭ ପ୍ରତିଶତ ଭିତରେ ସଂରକ୍ଷଣ ଵ୍ୟଵସ୍ଥା ରହିବ।
ଏହି ସଂଶୋଧିତ ଆଇନ ଅନୁସାରେ ପ୍ରଥମେ ଅନୁସୂଚୀତ ଜାତି ଓ ଜନଜାତିଙ୍କୁ ଆବଶ୍ୟକ ସଂଖ୍ୟକ ଆସନ ସଂରକ୍ଷଣ ଦେବା ପରେ ଅବଶିଷ୍ଟ ଆଶଂଗୁଡିକ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ରଖାଯିବ। ଯାହାକି ୨୭ ପ୍ରତିଶତରୁ ଅଧିକ ହେବନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/05/Odisha-Assembly-640x430.jpg)