ଆଜି ପ୍ରକାଶ ପାଇବ ବହୁ ପ୍ରତିକ୍ଷିତ ଆଇପିଏଲର ଖେଳସୂଚୀ । ବିସିସିଆଇ ଅଧ୍ୟକ୍ଷ ଗାଙ୍ଗୁଲିଙ୍କ ସୂଚନା । ସେପ୍ଟେମ୍ବର ୧୯ରେ ଉଦଘାଟନୀ ମ୍ୟାଚରେ ଧୋନିଙ୍କ ସହ ରୋହିତଙ୍କ ଟକ୍କର

82

କନକ ବ୍ୟୁରୋ : ଆଜି ପ୍ରକାଶ ପାଇବ ଆଇପିଏଲ ସିରିଜ୍ ପୁରା ସମୟସୂଚୀ । ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଗତକାଲି ଏହି ସୂଚନା ଦେଇଛନ୍ତି । ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟା ଅନୁସାରେ ସେ କହିଛନ୍ତି, ଆଇପିଏଲ କାର୍ଯ୍ୟସୂଚୀ ବାହାରିବାରେ ବିଳମ୍ବ ହୋଇଛି । କିନ୍ତୁ ଏହା ଶେଷ ପର୍ଯ୍ୟାୟରେ ପହଂଚି ସାରିଛି ଏବଂ ଶୁକ୍ରବାର ଏହା ପ୍ରକାଶ ପାଇବ । ତେବେ ସେପ୍ଟେମ୍ବର ୧୯ରେ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରନର୍ସ ଅପ୍ ଚେନ୍ନାଇ ସୁପର କିଙ୍ଗ ମଧ୍ୟରେ ଉଦ୍ଘାଟନୀ ମୁକାବିଲା ହେବ ।

କୋଭିଡ୍ ସ୍ଥିତି ଯୋଗୁଁ ଚଳିତ ଆଇପିଏଲକୁ ୟୁଏଇରେ ଆୟୋଜିତ କରାଯାଉଛି । ଅନ୍ୟପଟେ ସେଠାରେ ସ୍ଥିତି ନିୟନ୍ତ୍ରଣରେ ରହିଛି ଏବଂ ଯୋଜନା ଅନୁସାରେ ସେଠାରେ ଆଇପିଏଲ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଛି ବିସିସିଆଇ । ଏହି ୫୬ ଦିନିଆ ବିଶ୍ୱର ଦାମୀ ଟି-୨୦ ସିରିଜ୍ ତିନୋଟି ସ୍ଥାନରେ ଖେଳାଯିବ । ଏଥିପାଇଁ ଆବୁଧାବି, ଦୁବାଇ ଓ ଶାରଜାଠାରେ ଷ୍ଟାଡିଅମ ପ୍ରସ୍ତୁତ ହୋଇ ରହିଛି ।