କନକ ବ୍ୟୁରୋ: ରାଜ୍ୟରେ ସ୍ଥଗିତ ରହିବ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ । ଆନ୍ଦୋଳନରୁ ଓହରିବା ପାଇଁ ଆହ୍ୱାନ ଦେଇଛି ରାଜ୍ୟ ଡ୍ରାଇଭର ମହାସଂଘ । ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି କହିଛନ୍ତି, ରାଜ୍ୟ ସରକାରଙ୍କ ସହ ଆଲୋଚନା ସଫଳ ହୋଇଛି । ସରକାର ଡ୍ରାଇଭରଙ୍କ ଦାବି ପୂରଣ କରିଛନ୍ତି । ତେବେ କେନ୍ଦ୍ର ସରକାର ଆଣିଥିବା ଆଇନ୍ ସଂପର୍କରେ ଆନ୍ଦୋଳନ ହେବ କି ନାହିଁ ପରବର୍ତି ସମୟରେ ନିଷ୍ପତି ନିଆଯିବ । ଯେହେତୁ ଅନ୍ୟ ରାଜ୍ୟରେ ଆନ୍ଦୋଳନ ବନ୍ଦ ରହିଛି, ତେଣୁ କେବଳ ଓଡିଶାରେ ଆନ୍ଦୋଳନ ହେଲେ ଏହାର ପ୍ରଭାବ ପଡିବ ନାହିଁ । ତେଣୁ ଆନ୍ଦୋଳନରୁ ଓହରିବା ପାଇଁ ଆହ୍ୱାନ ଦେଇଛନ୍ତି ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି । ଆନ୍ଦୋଳନକୁ ନେଇ ପରବର୍ତି ନିଷ୍ପତି କଣ ହେବ ତାହା ସୋମବାର ସ୍ପଷ୍ଟ ହେବ ।
ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ସ୍ଥଗିତ । ଆନ୍ଦୋଳନରୁ ଓହରିବା ପାଇଁ ଆହ୍ୱାନ ଦେଲେ ରାଜ୍ୟ ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି
/kanak/media/post_attachments/wp-content/uploads/2024/01/27-6.jpg)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)