ମନୋଜ ମିଶ୍ରଙ୍କୁ ନେଇ ତେଜୁଛି ଆନ୍ଦୋଳନ । ସାଂସଦ ଅନୁଭବ ମହାନ୍ତିଙ୍କ କୁଶପୁତଳିକା ଦାହ କଲେ ମନୋଜଙ୍କ ସମର୍ଥକ

293

କନକ ବ୍ୟୁରୋ : ମନୋଜ ମିଶ୍ରଙ୍କୁ ନେଇ ତେଜୁଛି ଆନ୍ଦୋଳନ । ଓଲିଉଡ ପ୍ରଜୋଜକ ସଂଘ ମନୋଜ ମିଶ୍ରଙ୍କୁ ଦୁଇ ବର୍ଷ ବ୍ୟାନ କରିବା ପରେ ଚାରିଆଡୁ ମନୋଜ ମିଶ୍ରଙ୍କ ପାଇଁ ସମର୍ଥନ ବଢୁଛି । ବଲାଙ୍ଗିର ବେଲପଡା ବ୍ଲକ ଜଲିଆ ଗାଁରେ ପ୍ରତିବାଦ ଦେଖିବାକୁ ମିଳିଛି । ଅଭିନେତା ଅନୁଭବ ମହାନ୍ତିଙ୍କ କୁଶପୁତଳିକା ଦାହ କରିଛନ୍ତି ।

ଓଲିଉଡ ଉପୁଜିଥିବା ବିବାଦ ପାଇଁ ସାଂସଦ ଅନୁଭବ ମହାନ୍ତିଙ୍କୁ ସେମାନେ ଦାୟୀ କରିଛନ୍ତି । ଏଥିସହ ମନୋଜ ମିଶ୍ରଙ୍କୁ ଅନୁଭବ ମହାନ୍ତି କ୍ଷମା ମାଗନ୍ତୁ ସେମାନେ ଦାବି କରିଛନ୍ତି ।