ଝିଅକୁ ହତ୍ୟା ଅଭିଯୋଗରେ ମାଆକୁ ସଜା। ମାଆ ଓ ଦ୍ୱିତୀୟ ସ୍ୱାମୀକୁ ଆଜୀବନ କାରାଦଣ୍ଡ ସହ ୫ହଜାର ଟଙ୍କା ଜରିମାନା

ଝିଅକୁ ହତ୍ୟା ଅଭିଯୋଗରେ ମାଆକୁ ସଜା। ମାଆ ଓ ଦ୍ୱିତୀୟ ସ୍ୱାମୀକୁ ଆଜୀବନ କାରାଦଣ୍ଡ ସହ ୫ହଜାର ଟଙ୍କା ଜରିମାନା

କନକ ବ୍ୟୁରୋ: ଝିଅକୁ ହତ୍ୟା ଅଭିଯୋଗରେ ମାଆକୁ ସଜା । ମାଆ ଓ ଦ୍ୱିତୀୟ ସ୍ୱାମୀକୁ ଆଜୀବନ କାରାଦଣ୍ଡ ସହ ୫ହଜାର ଟଙ୍କା ଜରିମାନା କରିଛନ୍ତି ବାଲେଶ୍ୱର ସ୍ୱତନ୍ତ୍ର ଓପିଆଇଡି କୋର୍ଟ । ଗତବର୍ଷ ଜୁନ୍ ମାସରେ ନିଜ ଦ୍ୱିତୀୟ ସ୍ୱାମୀ ସହ ମିଶି ନାବାଳିକ ଝିଅକୁ ହତ୍ୟା କରିଥିଲେ ମାଆ । ଦୋଷୀ ସାବ୍ୟସ୍ତ ହୋଇଥିବା ବେବି ବିୱି ସହ ଏସକେ ଅବଦୁଲ ରହିମଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ବାଲେଶ୍ୱର ସ୍ୱତନ୍ତ୍ର ଓପିଆଇଡି କୋର୍ଟ ବିଚାରପତି ବିଶ୍ୱଜିତ ଦାସ ।

ବେବି ବିୱି ନିଜ ଦ୍ୱିତୀୟ ସ୍ୱାମୀ ସହ ମିଶି ୧୩ବର୍ଷର ନାବାଳିକା ଝିଅକୁ ହତ୍ୟା କରିଥିଲେ । ଏନେଇ ଗତ ବର୍ଷ ଜୁନ୍ ୨୮ତାରିଖରେ ବେବି ବିୱିଙ୍କ ପ୍ରଥମ ସ୍ୱାମୀ ଶେଖ କୁତୁବୁଦ୍ଧିନ ବାଲେଶ୍ୱର ଟାଉନ ଥାନାରେ ଅଭିଯୋଗ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe