ନାବାଳିକା ଝିଅକୁ ହତ୍ୟା କରିଥିଲା ମାଆ । ଆଜୀବନ କାରାଦଣ୍ଡ ଶୁଣାଇଲେ କୋର୍ଟ । ଦେଖନ୍ତୁ, କେଉଁଠି ଘଟିଲା ଏମିତି ଘଟଣା…

495

କନକ ବ୍ୟୁରୋ: କୁହାଯାଏ ମାଆ ପାଖରେ ନିଜର ସନ୍ତାନ ସବୁଠାରୁ ସୁରକ୍ଷିତ ଥାଏ । କିନ୍ତୁ କେବେ କେବେ ଏମିତି କିଛି ଖବର ସାମ୍ନାକୁ ଆସେ ଯାହା ଏହି ସମ୍ପର୍କରେ ବି ପ୍ରଶ୍ନଚିହ୍ନ ଲଗାଇଦିଏ । ୨୦୨୦ରେ ନିଜ ଝିଅକୁ ହତ୍ୟା କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛି ମାଆ । ମାଆ ଓ ଦ୍ୱିତୀୟ ସ୍ୱାମୀକୁ ଆଜୀବନ କାରା ଦଣ୍ଡାଦେଶ ଶୁଣାଇଛନ୍ତି ବାଲେଶ୍ୱର ସ୍ୱତନ୍ତ୍ର ଓପିଆଇଡି କୋର୍ଟ ।

  • ଜହ୍ଲାଦ ପାଲଟିଲା ଜନ୍ମକଲା ମାଆ
  • ଦ୍ୱିତୀୟ ସ୍ୱାମୀ ସହ ମିଶି ଝିଅକୁ କଲା ହତ୍ୟା

ବାଲେଶ୍ୱରର ବେବି ବିୱି ଓ ତାଙ୍କ ଦ୍ୱିତୀୟ ସ୍ୱାମୀ ଏସ.କେ.ଅବଦୁଲ । ନିଜର ନାବାଳିକର ଝିଅକୁ ହତ୍ୟା କରିଥିବା ଅଭିଯୋଗରେ ବେବି ଓ ଅବଦୁଲଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ବାଲେଶ୍ୱର ଅତିରିକ୍ତ ଜିଲ୍ଲା ଦୌରା ଜଜ୍ । ଆଉ ତା ସହିତ ୫ ହଜାର ଟଙ୍କା ଜୋରିମାନା ବି କରାଯାଇଛି ।

  • ତାରିଖ-୨୮/୦୬/୨୨
  • ସ୍ଥାନ: ବାଲେଶ୍ୱର ପୁଲବଜାର

ବାଲେଶ୍ୱର ଥାନା ଅଞ୍ଚଳର ପୁଲବଜାରରେ ବେବି ନିଜର ଦ୍ୱିତୀୟ ସ୍ୱାମୀ ଅବଦୁଲ ସହ ମିଶି ନାବାଳିକା ଝିଅକୁ ହତ୍ୟା କରିଥିଲା । ନିଦବଟିକା ଦେଇ ଶୋଇଗଲା ପରେ ଗାମୁଛାରେ ତଣ୍ଟି ଚିପି ହତ୍ୟା କରାଯାଇଥିଲା । ଝିଅ ପାଇଁ ବେବି ଓ ଅବଦୁଲଙ୍କ ମଧ୍ୟରେ ପାରିବାରିକ କଳହ ଲାଗିରହୁଥିଲା । ଏଥିପାଇଁ ନାବାଳିକା ଝିଅକୁ ରାସ୍ତାରୁ ହଟାଇବା ପାଇଁ ଚାପ ପକାଇଥିଲା ଦ୍ୱିତୀୟ ସ୍ୱାମୀ ।

ଝିଅକୁ ହତ୍ୟା ପରେ ପ୍ରଥମ ସ୍ୱାମୀଙ୍କ ଆଗରେ ଦୋଷ ସ୍ୱୀକାର କରିଥିଲା ବେବି ବିୱି । ଏହାକୁ ଆଧାର କରି ଥାନାରେ ଅଭିଯୋଗ କରିଥିଲେ ମୃତ ନାବାଳିକାଙ୍କ ବାପା ସେକ୍ କୁତୁବୁଦ୍ଦିନ । ପୁଲିସ ପଚରାଉଚରା ପରେ ଦୋଷ ମାନିଯାଇଥିଲା ବେବି । ପରେ ଅନ୍ୟତମ ଅଭିଯୁକ୍ତ ଏସ.କେ.ଅବଦୁଲକୁ ଗିରଫ କରିଥିଲା ପୁଲିସ । ତେବେ ନାବାଳିକା ଝିଅକୁ ହତ୍ୟା ଘଟଣାରେ ମାଆ ଓ ଦ୍ୱିତୀୟ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି କରିଛି ।