କନକ ବ୍ୟୁରୋ: ଜନ୍ମକଲା ଛୁଆଙ୍କୁ ହତ୍ୟାକଲା ମାଆ । ମିଳିଥିବା ସୂଚନା ଅନୁସାରେ, ପାରିବାରକ କଳହରୁ ନିଜ ଛୁଆଙ୍କୁ କୁଅ ଭିତରକୁ ଫିଙ୍ଗିଦେଇଛି ମାଆ । କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଆଲିମାହାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସ୍ୱାମୀଙ୍କ ସହ ଝଗଡା ପରେ ଝିଓ ଓ ପୁଅଙ୍କୁ ଏକ କୂଅ ଭିତରକୁ ଠେଲି ଦେଇଛି ମାଆ । ସାହି, ପଡିଶା ଶିଶୁ ଦୁଇଟିଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ । ହେଲେ ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଛି । ତେବେ ଛୁଆ ଦୁଇଟିଙ୍କୁ ଦେଖି ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ସୂଚନା ମିଳିଛି ଛୁଆ ଦୁଇଟିକୁ କୁଅକୁ ଫିଙ୍ଗିଦେବା ପରେ ମାଆ ନିଜେ ମଧ୍ୟ ଆତ୍ମହତ୍ୟା କରିବାକୁ ନିଷ୍ପତି କରିଥିଲା । ହେଲେ ଭୟରେ ନିଜେ ଆତ୍ମହତ୍ୟା କରିପାରିନଥିଲା । ତେବେ ମାଆ ନିଜେ ଛୁଆ ଦୁଇଟିଙ୍କୁ କୁଅ ଠେଲିଦେବା ଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।