ଯୌତୁକ ପାଇଁ ବୋହୂକୁ ଶାଶୁଘର ଲୋକଙ୍କ ମରଣାନ୍ତକ ଆକ୍ରମଣ : ମାଡ ମାରିବା ସହ ବୋହୂକୁ ଘରେ ପକାଇଲେ ତାଲା

ବୋହୂ ଓ ୬ବର୍ଷର ଝିଅକୁ ଉଦ୍ଧାର କଲା ପୋଲିସ

177

କନକ ବ୍ୟୁରୋ : ଯୌତୁକ ପାଇଁ ବୋହୂକୁ ଶାଶୁଘର ଲୋକେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏପରିକି ଶାଶୁଘର ଲୋକେ ତାଙ୍କୁ ମାଡମାରି କୋଠାଘରେ ତାଲା ପକାଇଦେଇଥିଲେ । ପୁଲିସ ପଂହଚି ବୋହୂ ଓ ତାଙ୍କ ୬ ବର୍ଷର ଝିଅକୁ ଉଦ୍ଧାର କରି ଆଠଗଡ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଛି ।

ଘଟଣା ଘଟିଛି ଆଠଗଡ ଉପଖଣ୍ଡ କାନପୁର ଥାନା ସିଆରିଆ ଗାଁରେ । ୨୦୧୭ ମସିହାରେ ମଧୁସ୍ମିତା ରାଉତ ସିଆରିଆ ଗାଁରେ ଅମରେଶ ଚନ୍ଦ୍ର ସାହୁଙ୍କୁ ଦ୍ୱିତୀୟ ବିବାହ କରିଥିଲେ । କିନ୍ତୁ ଶାଶୁଘର ଲୋକେ ଅଧିକ ଯୌତୁକ ଦାବି କରି ମଧୁସ୍ମିତାଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ରବିବାର ଦିନ ସେ ରୋଷେଇ କରୁଥିବାବେଳେ ଶାଶୁଘର ଲୋକେ ଆକ୍ରମଣ କରିଥିବା ଖୋଦ ମଧୁସ୍ମିତା ଅଭିଯୋଗ କରିଛନ୍ତି । ସେକହିଛନ୍ତି, ସ୍ୱାମୀ ଚାକିରୀ ପାଇଁ ବାହାରକୁ ଯାଇଥଇବାବେଳେ ଏହାର ସୁଯୋଗ ନେଇ ଶାଶୁଘର ଲୋକେ ଆକ୍ରମଣ କରିଛନ୍ତି ।