ଆମ୍ବ ଗଛ ଭାଙ୍ଗି ପଡିବାରୁ ଘରର କାନ୍ଥ ପଡି ମହିଳାଙ୍କ ମୃତ : ଅଳ୍ପକେ ବର୍ତ୍ତିଲା ଝିଅ

50

କନକ ବ୍ୟୁରୋ : ଫୁଲବାଣୀ ସଦର ମହକୁମା ପିଅନ ଛକ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଘର ପଛପଟେ ଥିବା ବିରାଟ ଆମ୍ବ ଗଛ ଭାଙ୍ଗି ପଡିବାରୁ ଘରର କାନ୍ଥ ପଡି ଶୋଇଥିବା ୫୫ ବର୍ଷୀୟା ସୁକମଣି ବେହେରାଙ୍କର ମୃତ୍ୟୁ ହୋଇଛି । ଏହି ସମୟରେ ଘର ଭିତରେ ଥିବା ପାଂଚ ବର୍ଷୀୟା ଝିଅ ବେବିକୁ ଲୋକମାନେ ଉଦ୍ଧାର କରି ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଛନ୍ତି । ଖବର ପାଇବା ପରେ ଟାଉନ ପୋଲିସ ଓ ଅଗ୍ନିଶମ ବାହିନୀର କର୍ମଚାରୀ ଘଟଣାସ୍ଥଳରେ ପହଁଚି ସୁକମଣିକୁ କାନ୍ଥ ତଳୁ ଉଦ୍ଧାର କରି ହସ୍ପିଟାଲକୁ ନେଇଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।