ପାରାଦୀପରେ ଚାଞ୍ଚଲ୍ୟ । ଦିନକର ଛୁଆକୁ ଲକ୍ଷେ ଟଙ୍କାରେ ମାଆ ବିକ୍ରି କରିଦେଇଥିବା ଅଭିଯୋଗ। ଅର୍ଥ ଲୋଭ ଦେଖାଇ  ନେଇଗଲା ଦଲାଲ ।

ପାରାଦୀପରେ ଚାଞ୍ଚଲ୍ୟ । ଦିନକର ଛୁଆକୁ ଲକ୍ଷେ ଟଙ୍କାରେ ମାଆ ବିକ୍ରି କରିଦେଇଥିବା ଅଭିଯୋଗ। ଅର୍ଥ ଲୋଭ ଦେଖାଇ  ନେଇଗଲା ଦଲାଲ ।

କନକ ବ୍ୟୁରୋ: ପାରାଦୀପରେ ଚାଞ୍ଚଲ୍ୟ। ଦିନକର ଛୁଆକୁ ଲକ୍ଷେ ଟଙ୍କାରେ ଜନ୍ମକଲା ମା’ ବିକ୍ରି କରିଦେଇଥିବା ଅଭିଯୋଗ। ଦଲାଲଙ୍କ କବଳରେ ପଡି ଆଦିବାସୀ ମହିଳା ଜଣକ ନିଜ ଛୁଆକୁ ବିକ୍ରି କରିଥିବା ସୂଚନା ମିଳିଛି। ପାରାଦୀପର ଏହି ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

ଗତ ରବିବାର ମାମିନା ସର୍ଦ୍ଦାର ନାମ୍ନୀ ଜଣେ ଆଦିବାସୀ ମହିଳା ଅଠରବାଙ୍କି ସରକାରୀ ଡାକ୍ତରଖାନାରେ ଏକ ଶିଶୁପୁତ୍ର ଜନ୍ମ ଦେଇଥିଲେ।ସୋମବାର ଶିଶୁପୁତ୍ରକୁ ଆନ୍ଧ୍ର ଭାଇଜାଗର ଜଣେ ତେଲୁଗୁ ବ୍ୟକ୍ତିଙ୍କୁ ବିକି ଦେଇଥିବା ଅଭିଯୋଗ ହେଉଛି। ମହିଳା ଜଣକ ପ୍ରଥମେ ଷଣ୍ଢକୁଦ ବସ୍ତିରେ ରହୁଥିଲେ। ସେଠାରେ ଜଣେ ମହିଳା ତାଙ୍କର ଭଲମନ୍ଦ ବୁଝିବା ସହିତ ସମୟକୁ ସମୟ ଚିକିତ୍ସା କରାଉଥିଲେ। ପିଲା ଜନ୍ମ ହେଲେ ତାଙ୍କୁ ଦେବାକୁ ଆଦିବାସୀ ମହିଳା କୁଆଡେ ରାଜି ହୋଇଥିଲେ। ମାତ୍ର କିଛି ଦିନ ହେବ ଆଦିବାସୀ ମହିଳା ଜଣକ ନୂଆବଜାର ବସ୍ତିରେ ରହୁଥିଲେ। ସେଠାରେ ଜଣେ ବ୍ୟକ୍ତି ତଙ୍କୁ ଅର୍ଥ ଲୋଭ ଦେଇ ପିଲାକୁ ନେଇ ଭାଇଜାଗ ପଠାଇ ଦେଇଥିବା ଅଭିଯୋଗ ହେଉଛି। ଏ କଥା ଜାଣିବା ପରେ ପ୍ରଥମେ ଛୁଆକୁ ନେବାକୁ ଆଶା ରଖିଥିବା ମହିଳା ଆଜି ଆଦିବାସୀ ମହିଳାଙ୍କ ପାଖକୁ ଯାଇ ପାଟିତୁଣ୍ଡ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe