କନକ ବ୍ୟୁରୋ: ଧାନ ଫସଲ ନଷ୍ଟ କରୁଛି ମାଟିଆଗୁଣ୍ଡି ପୋକ । ଧାନ ଥୋର ବାହାରିବ ସମୟରେ ପୋକ ଲାଗି ନଷ୍ଟ ହୋଇଯାଉଛି ଶହ ଶହ ହେକ୍ଟର ଧାନ ଫସଲ । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ବିଜୟନଗର, ଦେଉଳିପଡ଼ା ଏବଂ ବଳିପାଳ ପଞ୍ଚାୟତର ବିଭିନ୍ନ ଅଞ୍ଚଳରେ ଧାନ ଫସଲ ନଷ୍ଟ କରୁଛି ମାଟିଗୁଣ୍ଡିଆ ପୋକ । ବିଭିନ୍ନ ଗାଁର ହେକ୍ଟର ହେକ୍ଟର ଚାଷ ଜମିରେ ପୋକ ଫସଲ ଖାଇ ନଷ୍ଟ କରୁଥିବା ଅଭିଯୋଗ କରିଛନ୍ତି ଚାଷୀ । ପରିସ୍ଥିତି ଏପରି ହୋଇଛି ଚାଷୀ କିଟନାଷକ ସିଞ୍ଚନ କଲେ ମଧ୍ୟ ପୋକ ଗଛ ଛାଡ଼ୁନଥିବା ଅଭିଯୋଗ କରିଛନ୍ତି ଚାଷୀ । ପୋକ ପ୍ରର୍ଦୁଭାବ ଦେଖି ଚିନ୍ତା ଚାଷୀ । ଧାର କରଜ କରି ଚାଷ କରିଥିବା ଧାନ ଫସଲ ନଷ୍ଟ ହୋଇଗଲେ କେମିତି ପରିବାର ଚଳେଇବ ସେନେଇ ଚିନ୍ତାର ଚାଷୀ ।
କେନ୍ଦ୍ରାପଡାରେ ଫସଲ ନଷ୍ଟ କରୁଛି ମାଟିଗୁଣ୍ଡିଆ ପୋକ। ନଷ୍ଟ ହୋଇଯାଉଛି ଶହ ଶହ ହେକ୍ଟର ଧାନ ଫସଲ।
/kanak/media/post_attachments/wp-content/uploads/2022/11/vlcsnap-2022-11-05-18h34m03s041.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)