ମୋଷ୍ଟ ୱାଂଟେଡ୍ ଗୋବିନ୍ଦ ସାହୁ। ଗୋବିନ୍ଦଙ୍କ ବାବଦରେ ସୂଚନା ଦେଲେ ୧ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କଲା ବଲାଙ୍ଗୀର ପୋଲିସ

Advertisment
ମୋଷ୍ଟ ୱାଂଟେଡ୍ ଗୋବିନ୍ଦ ସାହୁ। ଗୋବିନ୍ଦଙ୍କ ବାବଦରେ ସୂଚନା ଦେଲେ ୧ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କଲା ବଲାଙ୍ଗୀର ପୋଲିସ

କନକ ବ୍ୟୁରୋ: ପୋଲିସ ହେପାଜତରୁ ଫେରାର ହୋଇଯାଇଥିବା ସନସାଇନ ସ୍କୁଲର ମାଲିକ ଗୋବିନ୍ଦ ସାହୁକୁ ଧରାଇଦେବାକୁ ପୁରସ୍କାର ଘୋଷଣା କଲା ପେଲିସ । ଏନେଇ ଏକ ପୋଷ୍ଟର ଜାରି କରାଯାଇଛି । ଏହି ପୋଷ୍ଟରରେ ଗୋବିନ୍ଦ ସାହୁକୁ ମୋଷ୍ଟ ୱାଂଟେଡ଼ ବୋଲି ଦର୍ଶାଯାଇଛି । ଏପରିକି ତାଙ୍କ ବାବଦରେ ସୂଚନା ଦେଲେ ୧ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ବୋଲି ଘୋଷଣା କରାଯାଇଛି ।ଗୋବିନ୍ଦକୁ ଧରିବାକୁ ପୋଲିସ ୪ଟି ଟିମ ଗଠନ କରିଛି ।ଏହାସହ ଦୁଇଟି ଫୋନ ନଂ ଜାରି କରାଯାଇଛି ।

ଏହା ପୂର୍ବରୁ ୨୦ ହଜାର ଟଙ୍କା ପୁରସ୍କାର ରାଶି ଜାରି କରିଥିଲା ପୋଲିସ । ବଲାଙ୍ଗିର ଏସପିଙ୍କ ପକ୍ଷରୁ ଏହି ପୋଷ୍ଟର ଜାରି କରାଯାଇଥିଲା । ଏଥିରେ ୨ଟି ଫୋନ ନମ୍ବର ଦିଆଯାଇଛି । ବଲାଙ୍ଗିର ଏସପିଙ୍କ ମୋବାଇଲ ନମ୍ବର ୮୨୮୦୦୭୨୫୮୬ ଏବଂ ଏସପିଙ୍କ କାର୍ଯ୍ୟାଳୟର ନମ୍ବର ୦୬୬୫୨-୨୩୪୦୨୧ ନମ୍ବରରେ ଏସପିଙ୍କୁ ଜଣାଇବା ପାଇଁ କୁହଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe