କନକ ବ୍ୟୁରୋ: ପୋଲିସ ହେପାଜତରୁ ଫେରାର ହୋଇଯାଇଥିବା ସନସାଇନ ସ୍କୁଲର ମାଲିକ ଗୋବିନ୍ଦ ସାହୁକୁ ଧରାଇଦେବାକୁ ପୁରସ୍କାର ଘୋଷଣା କଲା ପେଲିସ । ଏନେଇ ଏକ ପୋଷ୍ଟର ଜାରି କରାଯାଇଛି । ଏହି ପୋଷ୍ଟରରେ ଗୋବିନ୍ଦ ସାହୁକୁ ମୋଷ୍ଟ ୱାଂଟେଡ଼ ବୋଲି ଦର୍ଶାଯାଇଛି । ଏପରିକି ତାଙ୍କ ବାବଦରେ ସୂଚନା ଦେଲେ ୧ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ବୋଲି ଘୋଷଣା କରାଯାଇଛି ।ଗୋବିନ୍ଦକୁ ଧରିବାକୁ ପୋଲିସ ୪ଟି ଟିମ ଗଠନ କରିଛି ।ଏହାସହ ଦୁଇଟି ଫୋନ ନଂ ଜାରି କରାଯାଇଛି ।
ଏହା ପୂର୍ବରୁ ୨୦ ହଜାର ଟଙ୍କା ପୁରସ୍କାର ରାଶି ଜାରି କରିଥିଲା ପୋଲିସ । ବଲାଙ୍ଗିର ଏସପିଙ୍କ ପକ୍ଷରୁ ଏହି ପୋଷ୍ଟର ଜାରି କରାଯାଇଥିଲା । ଏଥିରେ ୨ଟି ଫୋନ ନମ୍ବର ଦିଆଯାଇଛି । ବଲାଙ୍ଗିର ଏସପିଙ୍କ ମୋବାଇଲ ନମ୍ବର ୮୨୮୦୦୭୨୫୮୬ ଏବଂ ଏସପିଙ୍କ କାର୍ଯ୍ୟାଳୟର ନମ୍ବର ୦୬୬୫୨-୨୩୪୦୨୧ ନମ୍ବରରେ ଏସପିଙ୍କୁ ଜଣାଇବା ପାଇଁ କୁହଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/10/MAMITA-1.jpg)