ମହଙ୍ଗା ହେଉଛି ଅଦା, ମାସକରେ ପ୍ରାୟ ୨ ଗୁଣା ବୃଦ୍ଧି। ଗ୍ରାହକଙ୍କୁ ବାଧୁଛି ରସୁଣ ଦର

961

କନକ ବ୍ୟୁରୋ: ଭୁବନେଶ୍ୱରର ଦେବେନ୍ଦ୍ର ବଳ । ଓଦା-ରସୁଣ ବିନା ରୋଷେଇଘରେ ତରକାରୀ ହୁଏନି । ଦିନେ ଅଧକିଲୋ ରସୁଣ ଓ ଓଦା ନେଉଥିଲେ । କିନ୍ତୁ ଦରବୃଦ୍ଧି ଯୋଗୁଁ ଅଢେଶ ଗ୍ରାମ ନେଇ ଘରକୁ ଯାଇଛନ୍ତି । ଆପଣ ତରକାରୀରେ ଅଧିକ ମସଲା ପକାଉଛନ୍ତି କି । ଯଦି ଏଭଳି ଅଭ୍ୟାସ ଅଛି , ତେବେ ଆପଣଙ୍କ ମାସିକ ବଜେଟ ଉପରେ ପଡିପାରେ ପ୍ରଭାବ ।
ବଜାରରେ ଅଦା-ରସୁଣର ଚଢାଦର

କାହିଁକି ବଢୁଛି ଦାମ?
ବଜାରରେ ଗତ କିଛି ଦିନ ମଧ୍ୟରେ ଅଦା ରସୁଣ ଦର ବଢିଛି । ମାସକ ତଳେ ରସୁଣ କିଲୋ ପିଛା ୫୦ରୁ ୬୦ ଟଙ୍କା ଥିବାବେଳେ ଏବେ ୧୧୦ରୁ ୧୩୦ରେ ପହଞ୍ଚିଛି । ଖୁଚୁରା ବଜାରରେ ଏହା ୧୨୦ରୁ ୧୪୦ ଯାଏଁ ରହିଛି । ସେହିପରି ଅଦା ଦର କିଲୋ ପିଛା ୧୫୦ରୁ ୧୬୦ ଥିବାବେଳେ ଏବେ ୨୨୦ରୁ ୨୩୦ ଯାଏ ପହଞ୍ଚିଛି ।

ରାଜ୍ୟକୁ ଅଦା ଓ ରସୁଣ ଆନ୍ଧ୍ର, କର୍ଣ୍ଣାଟକରୁ ଆସିଥାଏ । କିନ୍ତୁ ଏବେ ଆମଦାନୀ କମିଯାଇଥିବାରୁ ଦର ବଢିଛି । ଅଦା-ରସୁଣ ସହ ଅଟା ଡାଲି ପରି ଅନ୍ୟ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ଦାମ ବି ବଢିଛି । ହରଡ ଡାଲି କିଲୋ ପିଛା ୧୧୫ ପଡୁଥିବାବେଳେ ଏବେ ୨୫ ଟଙ୍କା ବଢି ୧୩୫ରେ ପହଞ୍ଚିଛି । ଅଟା କ୍ୱିଂଟାଲ ପିଛା ୩୨୦୦ ଟଙ୍କା ପଡୁଥିବାବେଳେ ଏବେ ୩୪୦୦ ଟଙ୍କାରେ ପହଞ୍ଚିିଛି । ଦର କମ ବେଶୀ ହେବା ପଛରେ ସରକାରଙ୍କ ନିୟନ୍ତ୍ରଣନ ରହୁନଥିବାରୁ ଏଭଳି ଦର ବଢୁଥିବା କହିଛନ୍ତି ଓଡିଶା ବ୍ୟବସାୟୀ ସଂଘର ମହାସଚିବ । ବଜାରରେ ହଠାତ ଅଦା ରସୁଣର ଦର ବଢିଯାଇଥିବାବେଳେ ଏହି ଦର ଆସନ୍ତା ଏକ ମାସ ଯାଏଁ ଏପରି ରହିବ ବୋଲି ଅନୁମାନ କରାଯାଉଛି ।