ବନ୍ଦ କୋଠରୀରେ ଅଧିକ ସଂକ୍ରାମକ ଡେଲଟା ଭାରିଏଂଟ । ପବ୍ଲିକ ହେଲଥ୍, ଇଂଲଣ୍ଡ ସଂସ୍ଥାର ଗବେଷଣାରୁ ତଥ୍ୟ । ଗୋଟିଏ ପରିବାରର ଏକାଧିକଙ୍କୁ ସଂକ୍ରମଣ କରୁଛି ଏହି ଭାରିଏଂଟ

252

କନକ ବ୍ୟୁରୋ: ଭାରତରେ ଦ୍ୱିତୀୟ ଲହରରେ ଅଧିକ ସଂକ୍ରମଣ ପଛରେ ଡେଲଟା ଭାରିଏଂଟ ଥିବା କଥା କୁହାଯାଉଥିବା ବେଳେ ଏହାକୁ ନେଇ ଆଉ ଏକ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି । ବ୍ରିଟେନର ପବ୍ଲିକ ହେଲଥ୍, ଇଂଲଣ୍ଡ ନାମକ ସଂସ୍ଥାର ଏକ ଗବେଷଣାରୁ ଜଣାପଡ଼ିଛି ଯେ, ବି ୱାନ ସିକ୍ସ ୱାନ ସେଭେନ ଟୁ ବା ଭାରତରେ ପ୍ରଥମେ ଚିହ୍ନଟ ହୋଇଥିବା ଭାରିଏଂଟ ବନ୍ଦ କୋଠରୀ ଓ ଘର ଭିତରେ ଅଧିକ ସଂକ୍ରମକ ପାଲଟିଛି । ଏହା ଗୋଟିଏ ପରିବାରର ଏକାଧିକ ବ୍ୟକ୍ତିଙ୍କୁ ସଂକ୍ରମଣ କରୁଛି । କରୋନାର ଦ୍ୱିତୀୟ ଲହର ବେଳେ ଏହି ଡେଲଟା ଭାରିଏଂଟ ଯୋଗୁଁ ଦ୍ରୁତ ଗତିରେ ସଂକ୍ରମଣ ବଢ଼ିଥିଲା । ଅନ୍ୟ କିଛି ଜାଗାରେ ମଧ୍ୟରେ ଏହା ସଂକ୍ରମଣ ବଢ଼ାଇଥିଲା ।

ଅନ୍ୟ ଭାରିଏଂଟ ଓ ଡେଲଟା ଭାରିଏଂଟ ମଧ୍ୟରେ ଫରକ ହେଲା, ଅନ୍ୟ ଭାରିଏଂଟ ଘରେ ସାଧାରଣତଃ ଜଣକୁ ସଂକ୍ରମଣ କରୁଥିବା ବେଳେ ଡେଲଟା ଭାରିଏଂଟ ଗୋଟିଏ ପରିବାରର ଏକାଧିକଙ୍କୁ ସଂକ୍ରମିତ କରିପାରେ ।

ପବ୍ଲିକ ହେଲଥ୍, ଇଂଲଣ୍ଡ ନାମକ ସଂସ୍ଥା ଡେଲଟା ଭାରିଏଂଟକୁ ଆଲଫା ଭାରିଏଂଟ ବି ୱାନ ୱାନ ସେଭେନ ସହ ତୁଳନା କରିଛି । ବ୍ରିଟେନରେ ହିଁ ପ୍ରଥମେ ଏହି ଆଲଫା ଭାରିଏଂଟ ଦେଖାଦେଇଥିଲା । ସଂସ୍ଥା ନିଜ ଗବେଷଣାରୁ ମିଳିଥିବା ତଥ୍ୟକୁ ଶୁକ୍ରବାର ପ୍ରକାଶ କରିଛି ।
-ଆଲଫା ଭାରିଏଂଟ ଠାରୁ ଡେଲଟା ଭାରିଏଂଟ ଅଧିକ ସଂକ୍ରାମକ
–ଡେଲଟା ଭାରିଏଂଟ ଗୋଟିଏ ପରିବାରର ଏକାଧିକଙ୍କୁ ସଂକ୍ରମିତ କରିପାରେ
–ଗୋଟିଏ ପରିବାରର ହାରାହାରି ୧.୬୬ ପ୍ରତିଶତଙ୍କୁ ଏହା ସଂକ୍ରମଣ କରୁଛି
–ଡେଲଟା ଭାରିରଏଂଟ ଦ୍ରୁତ ସଂକ୍ରମଣର ଏକ ପ୍ରମୁଖ କାରଣ ପାଲଟିଛି
–ଆଲଫା ଭାରିଏଂଟ ତୁଳନାରେ ଅଧିକ ୬୪% ସଂକ୍ରମଣ କରୁଛି ଡେଲଟା ଭାରିଏଂଟ
–ଡେଲଟା ଭାରିଏଂଟରେ ଅଧିକ ପ୍ରଭାବିତ ହୋଇଛନ୍ତି ଏସୀୟ ମୂଳ ବ୍ୟକ୍ତି

ଏହି ଗବେଷଣା ରିପୋର୍ଟରେ କୁହାଯାଇଛି ଯେ, କରୋନାର ପ୍ରଥମ ଲହର ବେଳେ ଏନ ଫୋର ଫୋର ଜିରୋ କେ ମ୍ୟୁଟାଂଟ ଯୋଗୁଁ ସଂକ୍ରମଣ ବଢ଼ିଥିଲା । ହେଲେ ଦ୍ୱିତୀୟ ଲହର ବେଳେ ସଂକ୍ରମଣର କାରଣ ପାଲଟିଥିଲା ଡେଲଟା ଓ ଆଲଫା ଭାରିଏଂଟ । ତେବେ ଟିକା ଏହି ଦୁଇ ଭାରିଏଂଟର ପ୍ରଭାବକୁ ରୋକିବାରେ ସକ୍ଷମ ବୋଲି ଗବେଷଣାରୁ ଜଣାପଡ଼ିଛି ।