ଆସନ୍ତାକାଲି ଗାଁରେ ପହଞ୍ଚିବ ସହିଦ ଯବାନ ନୀଳାଞ୍ଚଳଙ୍କ ପାର୍ଥିବ ଶରୀର। ଶୁକ୍ରବାର ପାଟ୍ରୋଲିଂ ସମୟରେ ଦୁର୍ଘଟଣାରେ ହୋଇଥିଲେ ସହିଦ

Advertisment
ଆସନ୍ତାକାଲି ଗାଁରେ ପହଞ୍ଚିବ ସହିଦ ଯବାନ ନୀଳାଞ୍ଚଳଙ୍କ ପାର୍ଥିବ ଶରୀର। ଶୁକ୍ରବାର ପାଟ୍ରୋଲିଂ ସମୟରେ ଦୁର୍ଘଟଣାରେ ହୋଇଥିଲେ ସହିଦ

କନକ ବ୍ୟୁରୋ: ଦୁର୍ଘଟଣାରେ କାର୍ଯ୍ୟରତ ଯବାନ ସହିଦ । ବରଗଡ଼ ଭେଡେନ୍ ବାଘପାଲି ଗାଁର ଯବାନ ନୀଳାଞ୍ଚଳ ପଟେଲ ଦୁର୍ଘଟଣାରେ ସହିଦ ହୋଇଛନ୍ତି । ସେ ୪୮-ଆସାମ ରାଇଫଲରେ ମଣିପୁରରେ କାର୍ଯ୍ୟରତ ଥିଲେ । ଶୁକ୍ରବାର ବିଳମ୍ବିତ ରାତିରେ ଅନ୍ୟ ଯବାନଙ୍କ ସହ ପାଟ୍ରୋଲିଂ କରୁଥିଲେ । ଗାଡି ଦୁର୍ଘଟଣା ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ବରଗଡ଼ ସୁନାଲରମ୍ଭା ଗାଁର ଆଦି ପଟେଲ ଓ ଗୁରୁବାରୀ ପଟେଲଙ୍କ ପୁଅ ନୀଳାଂଚଳ ।

ସେ ୨୦୦୪ ଆସାମ ରାଇଫଲରେ ଯୋଗଦେଇଥିଲେ । ୪ ବର୍ଷ ହେଲା ସେ ସ୍ତ୍ରୀ ଓ ଦୁଇ ଝିଅଙ୍କ ସହ ମଣିପୁରରେ ରହୁଥିଲେ । ଏହି ଘଟଣା ଜଣାପଡ଼ିବା ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଆସନ୍ତାକାଲି ତାଙ୍କ ପାର୍ଥିବ ଶରୀର ଗାଁରେ ପହଂଚିବ ବୋଲି ଜଣାପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe