କନକ ବ୍ୟୁରୋ: ଦୁର୍ଘଟଣାରେ କାର୍ଯ୍ୟରତ ଯବାନ ସହିଦ । ବରଗଡ଼ ଭେଡେନ୍ ବାଘପାଲି ଗାଁର ଯବାନ ନୀଳାଞ୍ଚଳ ପଟେଲ ଦୁର୍ଘଟଣାରେ ସହିଦ ହୋଇଛନ୍ତି । ସେ ୪୮-ଆସାମ ରାଇଫଲରେ ମଣିପୁରରେ କାର୍ଯ୍ୟରତ ଥିଲେ । ଶୁକ୍ରବାର ବିଳମ୍ବିତ ରାତିରେ ଅନ୍ୟ ଯବାନଙ୍କ ସହ ପାଟ୍ରୋଲିଂ କରୁଥିଲେ । ଗାଡି ଦୁର୍ଘଟଣା ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ବରଗଡ଼ ସୁନାଲରମ୍ଭା ଗାଁର ଆଦି ପଟେଲ ଓ ଗୁରୁବାରୀ ପଟେଲଙ୍କ ପୁଅ ନୀଳାଂଚଳ ।
ସେ ୨୦୦୪ ଆସାମ ରାଇଫଲରେ ଯୋଗଦେଇଥିଲେ । ୪ ବର୍ଷ ହେଲା ସେ ସ୍ତ୍ରୀ ଓ ଦୁଇ ଝିଅଙ୍କ ସହ ମଣିପୁରରେ ରହୁଥିଲେ । ଏହି ଘଟଣା ଜଣାପଡ଼ିବା ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଆସନ୍ତାକାଲି ତାଙ୍କ ପାର୍ଥିବ ଶରୀର ଗାଁରେ ପହଂଚିବ ବୋଲି ଜଣାପଡ଼ିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/08/20_00000-7.jpg)