ନଦୀକୁ ଯାଇଥିବା ଗାଁ ରାସ୍ତା ଖୋଳି ହଟହଟା ମୟୂରଭଞ୍ଜ ଜିଲ୍ଲା ମୋରଡା ତହସିଲଦାର : ମନମୁଖୀ କାର୍ଯ୍ୟର ପ୍ରତିବାଦରେ ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହେଲେ ତହସିଲଦାର

172

କନକ ବ୍ୟୁରୋ : ନଦୀକୁ ଯାଇଥିବା ଗାଁ ରାସ୍ତା ଖୋଳି ହଟହଟା ହୋଇଛନ୍ତି ମୟୂରଭଞ୍ଜ ଜିଲ୍ଲା ମୋରଡା ତହସିଲଦାର । ତହସିଲଦାରଙ୍କ ମନମୁଖୀ କାର୍ଯ୍ୟର ପ୍ରତିବାଦ କରି ଜେସିବି ସହିତ ତହସିଲଦାରଙ୍କୁ ଅଟକ ରଖିଥିଲେ ବଡମୁଣ୍ଢାବଣି ଗ୍ରାମବାସୀ । ଖବର ପାଇ ପୋଲିସ ପହଁଚି ଅସନ୍ତୁଷ୍ଟ ଗ୍ରାମବାସୀଙ୍କୁ ବୁଝାସୁଝା କରିବାକୁ ଉଦ୍ୟମ କରିଛି । ହେଲେ ଲୋକେ ବୁଝିବାକୁ ନାରାଜ ।

ଜମ୍ଭୀରା ନଦୀରୁ ବାରମ୍ବାର ବେଆଇନ ଭାବେ ବାଲି ଉତ୍ତୋଳନ ପ୍ରତିବାଦରେ ଶେଷରେ ଏପରି ସ୍ଥିତି ହୋଇଛି । ମୋରଡା ତହସିଲଦାର ଏନେଇ ଅଭିଯୋଗ ପାଇଁ ଘଟଣାସ୍ଥଳକୁ ଯାଇ ନିରୀକ୍ଷଣ କରିଥିଲେ । ତେବେ ବେଆଇନ ବାଲି ଉତ୍ତୋଳନ କରୁଥିବା ଗାଡି ଜବତ ହୋଇ ନଥିବାବେଳେ , ବାଲି ଷ୍ଟକ ହୋଇଥିବା ସ୍ଥାନରୁ ବାଲିକୁ ଡମ୍ଫର ଯୋଗେ ଉଠାଇ ନେଇଥିଲେ ।

ତାପରେ ନଦୀ ତୁଠରୁ ଗାଁକୁ ସଂଯୋଗ କରୁଥିବା ରାସ୍ତାଟିକୁ ତହସିଲଦାର ସାଙ୍ଗରେ ନେଇଥିବା ଏକ ନମ୍ବର ବିହୀନ ଜେସିବି ଦ୍ୱାରା ଖୋଳି ଦେଇଥିଲେ । ଚାଷ ଜମିକୁ ଯିବାକୁ ଏହା ଲୋକଙ୍କ ରାସ୍ତା ହୋଇଥିବାରୁ ଗ୍ରାମବାସୀ ବିରୋଧ କରିଛନ୍ତି ।