କରୋନା କଟକଣା ଭିତରେ ଆଜିିଠାରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ମୌସୁମୀ ଅଧିବେଶନ : ରହିଛି ୮ଟି କାର୍ଯ୍ୟ ଦିବସ, ବିଲ ଆକାରରେ ଗୃହରେ ଆସିବ ସରକାରଙ୍କ ୧୨ଟି ଅଧ୍ୟାଦେଶ

69

କନକ ବ୍ୟୁରୋ : କରୋନା କଟକଣା ଭିତରେ ଦିନକୁ ମାତ୍ର ସାଢ଼େ ୪ ଘଂଟା ଚାଲିବ ବିଧାନସଭାର ମୌସୁମୀ ଅଧିବେଶନ । ବିଧାନସଭା ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ଚାଲିବ । ୮ଟି କାର୍ଯ୍ୟଦିବସ ରହିଥିବା ବେଳେ ୭ଟି କାର୍ଯ୍ୟଦିବସରେ ବିଭିନ୍ନ ବିଲ୍ ପାରିତ ହେବା ପାଇଁ ରହିଛି । ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ୧୨ଟି ଅଧ୍ୟାଦେଶକୁ ବିଲ୍ ଆକାରରେ ଗୃହରେ ଆଗତ କରାଯିବ । ବିଧାୟକ ଦଳ ବୈଠକରେ ରଣନୀତି ପ୍ରସ୍ତୁତ କରିଛନ୍ତି ବିରୋଧୀ ଓ ଶାସକ ଦଳ । ବିଶେଷ କରି କରୋନା ଚିକତ୍ସା ଓ ପରିଚାଳନାରେ ବିଫଳତାର ଅଭିଯୋଗ ଆଣି ସରକାରଙ୍କୁ ଘେରିବାକୁ ତୟାର ହୋଇଛି ବିରୋଧୀ ।

ସେପଟେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ କହିଛନ୍ତି, ରାଜ୍ୟର ସ୍ୱାର୍ଥ ସମ୍ବଳିତ ଯଦି କୌଣସି ବିଷୟ ଆଲୋଚନା ପାଇଁ ଅଣାଯାଏ, ସେ ସଂପର୍କରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ।

ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଚିନ୍ତା ବଢାଇଛି ବିଧାୟକଙ୍କୁ କରୋନା ଖବର । ଅଧିବେଶନ ପାଇଁ କରାଯାଇଥିବା ଦୁଇ ଦିନିଆ କୋଭିଡ ପରୀକ୍ଷାରେ ୧୮୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାମଧ୍ୟରେ ରହିଛନ୍ତି ୧୪ ଜଣ ବିଧାୟକ ।