କନକ ବ୍ୟୁରୋ : ଅଧାରୁ ବନ୍ଦ ହୋଇପାରେ ଲୋକସଭା ଅଧିବେଶନ । ବିରୋଧୀଙ୍କ ସହ ଏନେଇ ଆଲୋଚନା କରିଛନ୍ତି କେନ୍ଦ୍ର ସରକାର । ଚଳିତ ମୌସୁମୀ ଅଧିବେଶନରେ ଯୋଗ ଦେଇଥିବା ତିନି ଜଣ ସାଂସଦ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସାଂସଦଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇଛନ୍ତି ସରକାର ।
ପୂର୍ବରୁ ସେମାନଙ୍କ ବାଧ୍ୟତାମୂଳକ ନମୁନା ପରୀକ୍ଷଣ ନେଗେଟିଭ୍ ଆସିଥିଲା । ବହୁ ବିରୋଧୀ ଦଳର ସଦସ୍ୟ ମଧ୍ୟ ଅଧିବେଶନକୁ ବାତିଲ କରିବା ସପକ୍ଷରେ ଥିବା ସୂଚନା ମିଳିଛି । ଆସନ୍ତା ବୁଧବାର ଦିନରୁ ଲୋକସଭା ଅଧିବେଶନ ସ୍ଥଗିତ ହେବା ସମ୍ଭାବନା ରହିଛି । ଏହି ଧାରାରେ ରାଜ୍ୟସଭା ମଧ୍ୟ ନିଷ୍ପତି ନେବେ ବୋଲି ସୂଚନା ମିଳିଛି ।
ଅଧିବେଶନ ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ, ପ୍ରହ୍ଲାଦ ପଟେଲ ଓ ବିଜେପି ରାଜ୍ୟ ସଭା ସାଂସଦ ବିନୟ ସହସ୍ରବୁଦେ୍ଧ କରୋନା ଟେଷ୍ଟରେ ନେଗେଟିଭ୍ ଆସିଥିବା ବେଳେ ପରବର୍ତୀ ସମୟରେ ଅଧିବେଶନରେ ସାମିଲ ହେବା ପରେ ହୋଇଥିବା ପରୀକ୍ଷଣରେ ପଜିଟିଭ୍ ଆସିଥିଲେ ।