ଆଜି ଶେଷ ହୋଇପାରେ ଉଭୟ ସଦନରେ ମୌସୁମୀ ଅଧିବେଶନ । ୧୮ ଦିନ ଚାଲିବାକୁ ଥବା ଏହି ଅଧିବେଶନକୁ କରୋନା ମହାମାରୀ ପାଇଁ ୧୦ ଦିନ ମଧ୍ୟରେ ସାରିବାକୁ ଉଭୟ ସରକାର ଓ ବିରୋଧୀ ଦଳ ମାନେ ମତ ଦେଇଛନ୍ତି ।

65

କନକ ବ୍ୟୁରୋ : ୧୮ ଦିନ ଚାଲିବାକୁ ଥିବା ମୌସୁମୀ ଅଧିବେଶନ ଆଜି ଶେଷ ହୋଇପାରେ । ୧ ଅକ୍ଟୋବର ଯାଏଁ ଚାଲିବାକୁ ଥିବା ସଂସଦର ମୌସୁମୀ ଅଧିବେଶନ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଆଜି ଶେଷ କରିବାକୁ ଉଭୟ ଶାସକ ଓ ବିରୋଧୀ ଦଳଙ୍କ ମତ ଲୋଡାଯାଇଥିବା ବେଳେ ଏଥିରେ ଉଭୟ ସହମତ ଥିବା ଜଣାପଡିଛି । ୧୪ ସେପ୍ଟେମ୍ବରରେ ଆରମ୍ଭ ହୋଇଥିବା ମୌସୁମୀ ଅଧିବେଶନ ୧ ଅକ୍ଟୋବର ଯାଏ ଚାଲିବାକୁ ଥିôଲା । ଅର୍ଥାତ ୧୮ ଦିନ ଚାଲିବାକୁ ଥିବା ଏହି ଅଧିବେଶନ ୧୦ ଦିନ ମାତ୍ର ଚାଲିଛି ।

ହେଲେ ଆଜିଠାରୁ ଅନିଶ୍ଚିନ୍ତକାଳ ଯାଏ ଗୃହକାର୍ଯ୍ୟ ବନ୍ଦ ରହିବ । ଅନ୍ୟପଟେ ଉଭୟ ସଦନରେ କୃଷି ବିଧେୟକ ପାରିତ ହେବା ପରେ ବିରୋଧୀ ମାନେ ଗୃହକୁ ବୟକଟ୍ କରିଛନ୍ତି । ତାହାରି ଭିତରେ କେନ୍ଦ୍ରସରକାର କୃଷିବିଲ ବ୍ୟତିତ ଅନ୍ୟାନ୍ୟ ୭ ଟି ବିଲ୍ ପାରିତ କରିନେଇଛନ୍ତି । ଯାହା ମଧ୍ୟରେ ରହିଛି ଲେବର କୋର୍ଡ ସହିତ ଏଫ୍ ସି ଆର ଏ ସଂଶୋଧନ ବିଲ୍ , ଜମ୍ମୁ- କାଶ୍ମୀର ଭାଷା ବିଲ୍, ରାଜ୍ୟସଭାରେ ଏହି ଅଧିବେଶନ ଆଜି ସଂନ୍ଧ୍ୟା ୪ ଟା ସୁଦ୍ଧା ବନ୍ଦ ହେବ ବୋଲି ସୂଚନା ମିଳିଥିବା ବେଳେ ଲୋକସଭା ଆଜି ଦିନ ୩ ଟାରୁ ଆରମ୍ଭ ହେବ । ଅନ୍ୟପଟେ ଏକ ବିସ୍ତାରିତ ଶୂନ୍ୟକାଳ ପରେ ଲୋକସଭା ବି ଅନିଶ୍ଚିତ କାଳ ଯାଏ ବନ୍ଦ ହେବ ବୋଲି କୁହାଯାଉଛି ।

କହିରଖୁ କି ଲୋକସଭାରେ କିଷାନ ବିଲ ପାରିତ ହେବା ପରେ ବିବାଦ ବଢିଥିଲା । ଏହାପରେ ଗତ ରବିବାର ଦିନ ସରକାର ଏହାକୁ ରାଜ୍ୟସଭାରେ ଉପସ୍ଥାପନ କରି ଧ୍ୱନୀମତ ସହାୟତାରେ ପାରିତ କରିନେଇଥିଲେ । ଏହାକୁ ନେଇ କିଛି ସାଂସଦ ସଦନ ଭିତରେ ହଟ୍ଟଗୋଳ କରିଥିଲେ । ଯାହାକୁ ନେଇ ୮ ଜଣ ସାଂସଦଙ୍କୁ ୭ ଦିନ ପାଇଁ ଗୃହରୁ ବହିସ୍କାର କରାଯାଇଥିଲା । ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ ରବି ଶଂକର ପ୍ରସାଦ କହିଥିଲେ କି ନିଲମ୍ବିତ ସାଂସଦ ମାନେ ସେମାନଙ୍କର ଭୂଲ ସ୍ୱିକାର କରି କ୍ଷମା ମାଗିବା ପରେ ସେମାନଙ୍କ ଉପରୁ ନିଲମ୍ବିତ ଆଦେଶ ପ୍ରତ୍ୟାହାର କରାଯିବ ।