ରାଜ୍ୟରେ ଚିନ୍ତା ବଢାଇଲାଣି ଲଗାଣ ବର୍ଷା : ଢେଙ୍କାନାଳରେ ଧୋଇଗଲା ପୋଲ, ପାଲଲହଡାରେ ଭାସିଗଲା ରାସ୍ତା; ମାଲକାନଗିରିରେ ମାଲବାହୀ ଟ୍ରକକୁ ଭସାଇନେଲା ବନ୍ୟା ପାଣି

354

 

କନକ ବ୍ୟୁରୋ : ଲଗାଣ ବର୍ଷାରେ ଧୋଇଗଲା ରାସ୍ତା । ଗତକାଲି ରାତିରୁ ମୂଷଳ ଧାରାରେ ବର୍ଷା ପରେ ପାଲଲହଡା ଥାନା ସହରଗୁର୍ଜଙ୍ଗ ଗ୍ରାମର ହରିଜନ ବସ୍ତିକୁ ଯୋଗାଯୋଗ କରୁଥିବା ରାସ୍ତା ଧୋଇ ହୋଇଯାଇଛି । ଫଳରେ ମୁଖ୍ୟ ରାସ୍ତା ଠାରୁ ଏହି ଅଂଚଳ ଏବେ ବିଛିନ୍ନ ହୋଇ ରହିଛି । ରାସ୍ତା ଉପରେ ଏବେ ୨ ଫୁଟ ଉପରେ ପାଣି ଚାଲୁଛି । ଫଳରେ ଏହି ରାସ୍ତାରେ ଯାତାୟତ ପୁରା ଠପ୍ ହୋଇଯାଇଛି । ଲଘୁଚାପର ଲଗାଣ ବର୍ଷା ପରେ ଭଦ୍ରକର ଧାମନଗର ଏନଏସିରେ କୃତ୍ରିମ ବନ୍ୟା । ଧାମନଗର ଏନଏସି ଅଫିସରେ ପଶିଛି ପାଣି ।
ପ୍ରବଳ ବର୍ଷା ପରେ ଏନଏସି ଅଂଚଳର ହବିବନଗର, ବ୍ଲକ ଛକ, ଧାମନଗର ମୁଖ୍ୟ ରାସ୍ତାରେ ପାଣି ଜମିଛି । ଲଘୁଚାପ ବର୍ଷା ପ୍ରଭାବରେ ଧାମନଗରରେ ୨୬୦ ମିଲିମିଟର ବର୍ଷା ହେବା ପରେ ଏପରି ସ୍ଥିତି ସୃଷ୍ଟି ହୋଇଛି । ସେପଟେ ତୁରନ୍ତ ଏନଏସି ଅଂଚଳରୁ ଜଳ ନିଷ୍କାସନ ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଛନ୍ତି ଧାମନଗର ବିଡିଓ ।