ଜୱାଦ ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା । ୪ ଜିଲ୍ଲା ଉପରେ ନଜର

355

କନକ ବ୍ୟୁରୋ : ଜୱାଦ ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ପୁରୀ ସମେତ ଗଞ୍ଜାମ, ଗଜପତି ଓ ଜଗତସିଂହପୁର ଜିଲ୍ଲା ପାଇଁ ଜାରି ହୋଇଛି ରେଡ ୱାର୍ଣ୍ଣିଂ ।  ଗୋଟିଏ  ୨ଟି ସ୍ଥାନରେ ହୋଇପାରେ ଅତ୍ୟନ୍ତ  ପ୍ରବଳ ବର୍ଷା । ଏହି ଜିଲ୍ଲା ଗୁଡିକ ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି

ସେପଟେ, ପୁରୀ ନିକଟରେ ଆସନ୍ତାକାଲି ବାତ୍ୟା ‘ଜୱାଦ’ ଲ୍ୟାଣ୍ଡଫଲ କରିପାରେ । ଏହାପରେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ୧୯ ଜିଲ୍ଲାରେ ଆଜି ସ୍କୁଲ ଛୁଟି ପାଇଁ  ଘାଷଣା ହୋଇଛି  । ଏ ନେଇ ୧୯ଟି ଜିଲ୍ଲାର ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶନାମା ଜାରି କରିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ ।

ସେହି ଜିଲ୍ଲାଗୁଡିକ ହେଲା ଗଂଜାମ, ଗଜପତି, ପୁରୀ, ନୟାଗଡ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, କୋରାପୁଟ, ରାୟଗଡା, କଟକ, କନ୍ଧମାଳ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର, ମାଲକାନଗିରି ଓ ମୟୁରଭଞ୍ଜ ।  ବାତ୍ୟାକୁ ଯୋଗୁଁ ଏହି ଜିଲ୍ଲାଗୁଡିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଏହି ଜିଲ୍ଲାର ସ୍କୁଲଗୁଡିକୁ ବନ୍ଦ ରଖିବାକୁ ସରକାର ନିଷ୍ପତି ନେଇଛନ୍ତି ।  ଉଭୟ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରହିବ । ତେବେ ନିର୍ଧାରିତ ପରୀକ୍ଷା ଥିଲେ , ଜିଲ୍ଲା ପ୍ରଶାସନର ତଦାରଖରେ କରାଯାଇପାରେ ବୋଲି ସ୍କୁଲ ଓ ଗଣିଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି ।