ଓଡିଶାରୁ ଫେରିଗଲା ମୌସୁମୀ  : ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡିଶାରୁ ବିଦାୟ ନେଇଥିବା ନେଇ ଭାରତୀୟ ପାଣିପାଗ ବିଭାଗର ସୂଚନା

୨ ଦିନ ତଳେ ୮ ଜିଲ୍ଲାରୁ ସଂପୂର୍ଣ୍ଣ, ୮ ଜିଲ୍ଲାରୁ ଯାଇଥିଲା ଆଂଶିକ

424

କନକ ବ୍ୟୁରୋ : ରାଜ୍ୟରୁ ଫେରିଗଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ  । ପାଣିପାଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।  ମୌସୁମୀ ସମୟ  ତଥା ଜୁନ ପହିଲାରୁ  ସେପେଟମ୍ବର ୩୦ ମଧ୍ୟରେ  ରାଜ୍ୟରେ ୯୯ ପ୍ରତିଶତ ବର୍ଷା ହୋଇଥିବାବେଳେ  ଜୁନ ପହିଲାରୁ  ଅକ୍ଟୋବର ୨୭ ମଧ୍ୟରେ  ରାଜ୍ୟର  ୧୩ଶହ୨ ଦଶମିକ ୯ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସ୍ୱାଭାବିକଠାରୁ ଏଥର ୪ ପ୍ରତିଶତ ଅଧିକ ବର୍ଷା ହୋଇଛି । ମାଲକାନଗିରି ଓ ଝାରୁସୁଗୁଡାରେ ଅଧିକ ପରିମାଣରେ ବର୍ଷା ରେକର୍ଡ କରାଯାଇଛି ।

ଅକ୍ଟୋବର ପହିଲାରୁ ୨୭ ମଧ୍ୟରେ  ୭୧ ପ୍ରତିଶତ  ଅଧିକ ବର୍ଷା ହୋଇଛି ।୧୮ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହୋଇଥିବାବେଳେ ୫ ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ଓ ୭ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି । ମୌସୁମୀ ବିଦାୟ ନେବା ସହ  ୨୪ ଘଂଟା ମଧ୍ୟରେ  ରାଜ୍ୟର କିଛି ସ୍ଥାନରେ  ତାପମାତ୍ରା ୨ରୁ ୩ ଡିଗ୍ରୀ ଯାଏଁ ହ୍ରାସ ପାଇଛି । ଆଗକୁ ଶୀତ ବଢିବା ଆକଳନ କରାଯାଉଛି ।