କନକ ବ୍ୟୁରୋ : ରାଜ୍ୟରୁ ଫେରିଗଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ପାଣିପାଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ମୌସୁମୀ ସମୟ ତଥା ଜୁନ ପହିଲାରୁ ସେପେଟମ୍ବର ୩୦ ମଧ୍ୟରେ ରାଜ୍ୟରେ ୯୯ ପ୍ରତିଶତ ବର୍ଷା ହୋଇଥିବାବେଳେ ଜୁନ ପହିଲାରୁ ଅକ୍ଟୋବର ୨୭ ମଧ୍ୟରେ ରାଜ୍ୟର ୧୩ଶହ୨ ଦଶମିକ ୯ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସ୍ୱାଭାବିକଠାରୁ ଏଥର ୪ ପ୍ରତିଶତ ଅଧିକ ବର୍ଷା ହୋଇଛି । ମାଲକାନଗିରି ଓ ଝାରୁସୁଗୁଡାରେ ଅଧିକ ପରିମାଣରେ ବର୍ଷା ରେକର୍ଡ କରାଯାଇଛି ।
ଅକ୍ଟୋବର ପହିଲାରୁ ୨୭ ମଧ୍ୟରେ ୭୧ ପ୍ରତିଶତ ଅଧିକ ବର୍ଷା ହୋଇଛି ।୧୮ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହୋଇଥିବାବେଳେ ୫ ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ଓ ୭ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି । ମୌସୁମୀ ବିଦାୟ ନେବା ସହ ୨୪ ଘଂଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ତାପମାତ୍ରା ୨ରୁ ୩ ଡିଗ୍ରୀ ଯାଏଁ ହ୍ରାସ ପାଇଛି । ଆଗକୁ ଶୀତ ବଢିବା ଆକଳନ କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/26-25.jpg)