କନକ ବ୍ୟୁରୋ: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା କେନ୍ତିଆ ଗ୍ରାମର ଗୋବିନ୍ଦ ସ୍ୱାଇଁ । ଆର୍ଥିକ ଅବସ୍ଥା ଭଲ ନୁହେଁ । ଏକ କ୍ୟାବିନ ପକାଇ ଛୋଟ ଇଲେକଟ୍ରିକ୍ ଦୋକାନଟିଏ କରି ଗୁଜରାଣ ମେଣ୍ଟାନ୍ତି । ମହାକାଳପଡ଼ା ବ୍ଳକ ରାମନଗର ଷ୍ଟେବ୍ୟାଙ୍କ ଶାଖାରେ ତାଙ୍କର ଏକ ଆକାଉଣ୍ଟ ଥିବା ବେଳେ ଏବେ ତାଙ୍କ ଆକାଉଣ୍ଟ ଫ୍ରିଜ୍ ହୋଇଯାଇଛି । କାରଣ ଏହି ଖାତାରେ ବିଭିନ୍ନ ସମୟରେ ୧୨ ଲକ୍ଷରୁ ଅଧିକ ଟଙ୍କା ଡିପୋଜିଟ୍ ଓ ଜମା ହୋଇଛି । ତେବେ ଏହା ଜାଣିବା ପରେ ଗୋବିନ୍ଦଙ୍କ ନିଦ ହଜିଯାଇଛି ।
କର୍ଣ୍ଣାଟକ ମହୀଶୂର ପୋଲିସ୍ ବ୍ୟାଙ୍କ ଅଧିକାରୀଙ୍କୁ ଏକ ନୋଟିସ୍ ପଠାଇଥିଲା । ଏଥିରେ ଦର୍ଶାଯାଇଥିଲା ଯେ, ଗୋବିନ୍ଦଙ୍କ ଆକାଉଣ୍ଟରୁ ସାଇବର ଠକେଇରେ ଟଙ୍କା କାରବାର ହୋଇଛି । ଏହାପରେ ବ୍ୟାଙ୍କ କର୍ତ୍ତୃପକ୍ଷ ତାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରିଦେଇଛନ୍ତି । ଗୋବିନ୍ଦ ମହାକାଳପଡ଼ା ଥାନାରେ ଏତଲା ଦେଇଛନ୍ତି । ତେବେ ଗୋବିନ୍ଦଙ୍କ ଆକାଉଣ୍ଟକୁ କେମିତି ଏତେ ଟଙ୍କା ଆସୁଥିଲା, କିଏ ପଠାଉଥିଲା, କେଉଁଠିକୁ ଯାଉଥିଲା, ଏସବୁ ତଦନ୍ତ ପରେ ହିଁ ଜଣାପଡ଼ିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2022/02/images-9.jpg)