କରୋନା ମାଡ଼ରେ ପ୍ରଭାବିତ ହୋଇଥିବା ଦେଶର ଅର୍ଥନୀତିରେ ପୁଣି ସଂଜୀବନୀ ଦେଲେ ମୋଦୀ ସରକାର । ସେପଟେ ସତର୍କବାଣୀ ଶୁଣାଇଲା ରିଜର୍ଭବ୍ୟାଙ୍କ

Advertisment
କରୋନା ମାଡ଼ରେ ପ୍ରଭାବିତ ହୋଇଥିବା ଦେଶର ଅର୍ଥନୀତିରେ ପୁଣି ସଂଜୀବନୀ ଦେଲେ ମୋଦୀ ସରକାର । ସେପଟେ ସତର୍କବାଣୀ ଶୁଣାଇଲା ରିଜର୍ଭବ୍ୟାଙ୍କ

କନକ ବ୍ୟୁରୋ : କରୋନା ମାଡ଼ରେ ମାନ୍ଦା ପଡ଼ିଥିବା ଦେଶର ଅର୍ଥନୀତିକୁ ପୁଣି ଥରେ ଟ୍ରାକକୁ ଫେରାଇ ଆଣିବାକୁ ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ଆର୍ଥିକ ପ୍ରୋତ୍ସାହନ ପ୍ୟାକେଜ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବିଶେଷ କରି ନୂଆ ନିଯୁକ୍ତି ଓ ଗୃହ ନିର୍ମାଣକୁ ପ୍ରୋତ୍ସାହିତ କରିଛନ୍ତି ମୋଦୀ ସରକାର । ଆତ୍ମନିର୍ଭର ଭାରତ ଥ୍ରୀ ପଏଂଟ ଜିରୋରେ ୧୨ଟି କ୍ଷେତ୍ରରେ ସରକାର ପ୍ରେତ୍ସାହନ ଦେବେ । ନଜର ପକାନ୍ତୁ ଅର୍ଥମନ୍ତ୍ରୀଙ୍କ ବଡ଼ ଘୋଷଣା ଉପରେ ।

ନୂଆ ନିଯୁକ୍ତି ପାଇଁ ଆତ୍ମନିର୍ଭର ଭାରତ ରୋଜଗାର ଯୋଜନା
ସର୍ତ୍ତ ଅନୁଯାୟୀ ନୂଆ ନିଯୁକ୍ତି ଦେଲେ ୨ ବର୍ଷ ପାଇଁ ଇପିଏଫ୍ ରାଶି ଦେବେ ସରକାର
ଅକ୍ଟୋବରରୁ ଆସନ୍ତା ଜୁନ ମାସ ଭିତରେ ନିଯୁକ୍ତି ପାଇଥିବା ନୂଆ କର୍ମଚାରୀଙ୍କ କ୍ଷେତ୍ରରେ ଲାଗୁହେବ
୧.୪୭ ଲକ୍ଷ କୋଟି ୧୦ଟି ଉତ୍ପାଦନ କ୍ଷେତ୍ରକୁ ଦିଆଯିବ
ମୋବାଇଲ ଫୋନ, ଇଲେଟ୍ରୋନିକ୍ସ ସାମଗ୍ରୀ, ଫାର୍ମା କଂପାନୀ ଆଦି ଉପକୃତ ହେବେ
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧୮ ହଜାର କୋଟି
୧୨ ଲକ୍ଷ ଘର ନୂଆ ଘର ଓ ଅଧା ଥିବା ୧୮ ଲକ୍ଷ ଘର ସଂପୂର୍ଣ୍ଣ ହେବ
୨ କୋଟି ଟଙ୍କା ଭିତରେ ପ୍ରଥମ ଥର ଘର କରୁଥିବା ବ୍ୟକ୍ତିଙ୍କୁ ଆୟକର ରିହାତି
ଭିତ୍ତିଭୂମି କ୍ଷେତ୍ରରେ ୧.୧୦ ଲକ୍ଷ କୋଟି ଋଣ
କୃଷି କ୍ଷେତ୍ରକୁ ପ୍ରୋତ୍ସାହନ ପାଇଁ ସାରରେ ରିହାତି
ପୁଞ୍ଜି ଓ ଶିଳ୍ପ ବ୍ୟୟ ପାଇଁ ୧୦,୨୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍
କୋଭିଡ୍ ସୁରକ୍ଷା ମିସନ ପାଇଁ ଖର୍ଚ୍ଚ ହେବ ୯୦୦ କୋଟି

ପେଟ୍ରୋଲ, ଡିଜେଲ ବିକ୍ରି ବୃଦ୍ଧି, ବ୍ୟାଙ୍କ କ୍ରେଡିଟ୍ରେ ଉନ୍ନତି ଓ ସେୟାର ବଜାରରେ ଉତ୍ସାହକୁ ଦେଖି ଭାରତୀୟ ଅର୍ଥନୀତି ଖୁବଶୀଘ୍ର ଟ୍ରାକ୍କୁ ଫେରିବ ବୋଲି ଆକଳନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସେପଟେ କିନ୍ତୁ ଆରବିଆଇ ଦେଶର ଅର୍ଥନୀତିକୁ ନେଇ ସତର୍କବାଣୀ ଶୁଣାଇଛି । କୋଭିଡ୍ ସୁରକ୍ଷା ମିସନ ପାଇଁ ଖର୍ଚ୍ଚ ହେବ ୯୦୦ କୋଟି
ଗୋଟିଏ ପଟେ ଦେଶର ଅର୍ଥନୀତି ଟ୍ରାକ୍କୁ ଫେରୁଥିବା ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହୁଥିବା ବେଳେ ଆରବିଆଇ ସତର୍କବାଣୀ ଶୁଣାଇଛି । ପ୍ରଥମ ଥର ପାଇଁ ପ୍ରକାଶିତ ହୋଇଥିବା ଆରବିଆଇର ‘ନାଓକାଷ୍ଟ’ ଯେଉଁ ତଥ୍ୟ ଦେଇଛି ତାହା ଅତ୍ୟନ୍ତ ଚିନ୍ତାଜନକ । ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ ବୈଷୟିକ ମାନ୍ଦାବସ୍ଥା ଆଡକୁ ଯାଇଛି ଭାରତ । ଇତିହାସରେ ପ୍ରଥମ ଥର ପାଇଁ ଏପରି ସ୍ଥିତି ଉପୁଜିଛି । ସେପଟେ ବ୍ଲୁମବର୍ଗ ସର୍ଭେ ଆକଳନ ଅନୁସାରେ ଜୁଲାଇ-ସେପ୍ଟେମ୍ବର ତ୍ରୟମାସରେ ୧୦.୪ ପ୍ରତିଶତ ଜିଡିପି ସଂକୁଚିତ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe