‘ମୋ ଘର’ ଯୋଜନାକୁ ନେଇ ତେଜିଲା ରାଜନୀତି: କେନ୍ଦ୍ର ସରକାରଙ୍କ ଉପରେ ଦୋଷ ଲଦିଲେ ରାଜ୍ୟ ସରକାର

471

କନକ ବ୍ୟୁରୋ: ମୋ ଘର ଯୋଜନାରେ ସମସ୍ତ ଗରିବ ଓ ନିମ୍ନ ମଧ୍ୟବିତ ଲୋକଙ୍କୁ ଘର ପାଇଁ ସବସିଡ୍ ସହ ରୁଣ ଯୋଗାଇବେ ସରକାର । କେନ୍ଦ୍ର ସରକାରଙ୍କୁ ୧୪ ଲକ୍ଷ ଘର ବାରମ୍ବାର ମଗାଯାଇଥିଲେ ବି ସାଢେ ୯ ଲକ୍ଷ ଘର ଦିଆଯାଇଛି । କେନ୍ଦ୍ର ନଦେବାରୁ ମୁଖ୍ୟମନ୍ତ୍ରୀ ରାଜ୍ୟ ଅର୍ଥରୁ ନିଜସ୍ୱ ଯୋଜନା କରିଛନ୍ତି । ତେବେ ଏହି ମୋ ଘର ଯୋଜନାରେ ଯଦି କିଛି ସମସ୍ୟା ଦେଖାଯାଏ ତେବେ ତାହା ସମାଧାନ କରାଯିବ । କେନ୍ଦ୍ର ସରକାର ଯାହା ଦେଉଛନ୍ତି ତାଠୁ ଅଧିକ ରାଜ୍ୟ ସରକାର ବହନ କରୁଛନ୍ତି । ଆସିଥିବା ସାଢେ ୯ଲକ୍ଷ ଘର ବଂଟନ ନେଇ କାର୍ଯ୍ୟକ୍ରମ ପ୍ରାୟ ସରିବା ଉପରେ ରହିଛି । ତାହା ମଧ୍ୟ ଖୁବଶୀଘ୍ର ବଂଟନ କରିଦିଆଯିବ ବୋଲି କହିଛନ୍ତି ପଂଚାୟତିରାଜ ମନ୍ତ୍ରୀ । ସେପଟେ ମୋ ଘର ଯୋଜନାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ବିଜେପି ରାଜ୍ୟ ସାଧାରଣ ସମ୍ପଦକ ପୃଥ୍ୱୀରାଜ ହରିଚନ୍ଦନ ପ୍ରେସମିଟ୍ କରି ସରକାରଙ୍କ ମୋ-ଘର ଯୋଜନାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । କହିଛନ୍ତି ମୋ- ଘର ଏକ ନୂଆ ଥିଓରୀ ଓ ପ୍ରହେଳିକା । ନିମ୍ନ ମଧ୍ୟବିତଙ୍କୁ ଠକିବା ଓ ପ୍ରତାରିତ କରିବା ପାଇଁ ଏହି ଯୋଜନା । ୫ ବର୍ଷ କୁ ମାତ୍ର ୪୮୦ ବିଜୁ ପକାଘର ଦେଇଛନ୍ତି ରାଜ୍ୟ ସରକାର ।