କନକ ବ୍ୟୁରୋ: ବିଧାୟକଙ୍କ କଥା ଶୁଣୁନାହାନ୍ତି ପ୍ରଶାସନିକ ଅଧିକାରୀ ଓ ଦଳ । ଉନ୍ନତିମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି ମୁଷ୍ଟିମେୟ ରାଜନୈତିକ ଗୋଷ୍ଠୀ । ବିରାଟ କର୍ମୀ ସମ୍ମିଳନୀ କରି ଶକ୍ତି ପ୍ରଦର୍ଶନ କଲେ ବିଧାୟକ । ରୋଚକ ମୋଡ଼ରେ ଅନୁଗୋଳ ଜିଲ୍ଲା ଆଠମଲ୍ଲିକର ରାଜନୀତି ।

ଆଠମଲ୍ଲିକ ବିଧାୟକ ରମେଶ ସାଏ ନିଜ ନିର୍ବାଚନ ମଣ୍ଡଳୀର ୯ଟି ପଞ୍ଚାୟତର ଲୋକଙ୍କୁ ନେଇ ଦଳ ପାଇଁ ବଳ ଗୋଟାଇଛନ୍ତି । ନାଁ ନନେଇ କିଭଳି ଜଣେ ବ୍ୟକ୍ତି ତାଙ୍କ କ୍ଷମତାକୁ ଅପବ୍ୟବହାର କରିଛନ୍ତି, ତା'ର ଲୋକେ ଜବାବ ଦେବେ ବୋଲି କହିଛନ୍ତି ବିଧାୟକ ରମେଶ ସାଏ । ଗତ ୨୫ ତାରିଖରେ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶଙ୍କୁ ଡାକି ବିଜେଡି ନେତା କର୍ମୀ ସମ୍ମିଳନୀ କରିଥିବା ବେଳେ ଏବେ କର୍ମୀ ସମ୍ମିଳନୀ କରି ଦଳ ପାଇଁ ଭୋଟ ମାଗିଛନ୍ତି ସ୍ଥାନୀୟ ବିଧାୟକ ରମେଶ ସାଏ । ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ତାଙ୍କୁ ହଇରାଣ କରୁଥିବା କହିଛନ୍ତି ବିଧାୟକ । ଏହାସହ ସବୁ ଉନ୍ନୟନ କାମରେ କିପରି ବାଧା ଦିଆଯାଉଛି, ତାହା ମଧ୍ୟ ଭୋଟରଙ୍କୁ ଜଣାଇଛନ୍ତି ।