କନକ ବ୍ୟୁରୋ : ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବ ବିଧାନସଭାର ଶୀତକାଳିନ ଅଧିବେଶନ । ଏଥର ଅଧିବେଶନରେ ପ୍ରଶ୍ନକାଳକୁ ସଂପୂର୍ଣ୍ଣ ବାତିଲ କରାଯାଇଛି । କାର୍ଯ୍ୟଦିବସର ସମୟ ସୀମାକୁ ବି କାଂଟଛାଂଟ କରାଯାଇଛି । ଦୈନିକ ସାଢେ ୪ ଘଂଟା ଚାଲିବ ଗୃହ କାର୍ଯ୍ୟ । ଆଉ ଏହାରି ଭିତରେ ଶାସକ ଦଳକୁ ଘେରିବା ପାଇଁ ଲମ୍ବା ଚିଠା ପ୍ରସ୍ତୁତ କରିଛନ୍ତି ବିରୋଧୀ ।

Advertisment

ଏଥର ବି କୋଭିଡ୍ କଟକଣା ଭିତରେ ବସିବ ବିଧାନସଭାର ଶୀତକାଳୀନ ଅଧିବେଶନ । ଆଉ ଏହା ପୂର୍ବର୍ରୁ ଗୃହ ପରିଚାଳନା ନେଇ ସର୍ବଦଳୀୟ ବୈଠକରେ ବିଭିନ୍ନ ଦଳର ପ୍ରତିନିଧିଙ୍କ ସହ ଚର୍ଚ୍ଚା କରିଛନ୍ତି ବାଚସ୍ପତି । ସର୍ବଦଳୀୟ ବୈଠକରେ ବିଜେପି, କଂଗ୍ରେସ ଓ ବିଜେଡି ଦଳର ନେତାଙ୍କଠାରୁ ମତାମତ ନେଇଛନ୍ତି ବାଚସ୍ପତି । ନଜର ପକାନ୍ତୁ କେମିତି ଚାଲିବ ଶୀତ ଅଧିବେଶନ?

- ଦୈନିକ ସାଢେ ଚାରିଘଂଟା ଚାଲିବ ଅଧିବେଶନ
-୧୦ଟା ୩୦ରୁ ଗୋଟାଏ ଏବଂ ପରେ ୩ଟାରୁ ୫ଟା ପର୍ଯ୍ୟନ୍ତ ଚାଲିବ ଗୃହ
-ପ୍ରଶ୍ନକାଳକୁ ବାତିଲ କରାଯିବ
-ମୁଲତବୀ ଆଲୋଚନା ଚାଲିବ
-ଅଣତାରକା ପ୍ରଶ୍ନର ଉତର ବିଧାୟକଙ୍କୁ ମିଳିବ
-ଭିଡିଓ କନଫେରେନ୍ସରେ ରହିପାରିବେ ବରିଷ୍ଠ ବିଧାୟକ
-ବିଧାୟକ ବସିବା ପାଇଁ ସ୍ୱତନ୍ତ୍ର୍ ବ୍ୟବସ୍ଥା ରହିବ
-ଦର୍ଶକ ଓ ବାଚସ୍ପତି ଗ୍ୟାଲେରିରେ ବସିବେ ବିଧାୟକ

ତେବେ ପ୍ରଶ୍ନକାଳ ବାତିଲ ନିଷ୍ପତିକୁ ଜୋରଦାର ବିରୋଧ କରିଛନ୍ତି ବରୋଧୀ । ଏହାର ଜବାବ ରଖିଛି ଶାସକ ଦଳ । ଅଧିବେଶନର ପ୍ରଥମ ଦିନରେ ଗୃହରେ ଉପସ୍ଥାପନ ହେବ ଅତରିକ୍ତ ବଜେଟ ।