କନକ ବ୍ୟୁରୋ: କୋକେଇରେ ଶୋଇଥିଲା ତିନି ଶହ ପଳାସ ପତ୍ରରେ ପ୍ରସ୍ତୁତ ପ୍ରତୀକାତ୍ମକ ଶବ । ପତ୍ନୀ ବାହୁନି ବାହୁନି କାନ୍ଦୁଥିଲେ, ପୁଅ ନିଆଁ ବୋରିଆ ଧରି ଆଗେ ଆଗେ ଯାଉଥିଲେ । ଖାଲି ସେତିକି ନୁହେଁ ନାତି ଖଇ କଉଡି ପକାଇ ପକାଇ ଚାଲିଥିଲେ ଆଉ ତାପରେ ସେହି ପ୍ରତୀକାତ୍ମକ ଶବରେ ମୁଖାଗ୍ନି ଦେଉଥିଲେ ପୁଅ । ଏମିତି ଏକ ଅଦ୍ଭୁତ ଖବର ଦେଖିବାକୁ ମିଳିଥିଲା ଜଗତସିଂହପୁର ଜିଲ୍ଲା ନାଉଗାଁ ପାଟେଣି ଗାଁରେ ।
ଅସଲ କଥା ହେଉଛି, ପ୍ରାୟ ୩୬ ବର୍ଷ ତଳେ ନିଖୋଜ ହୋଇଯାଇଥିଲେ ବେଣୁଧର । ସେ କୋଲକାତାରେ ଏକ ବେସରକାରୀ ସଂସ୍ଥାରେ କାର୍ଯ୍ୟ କରୁଥିଲେ । ସେଠାରୁ ଅଚାନକ ନିଖୋଜ ହୋଇଯାଇଥିଲେ ବେଣୁଧର । ତାଙ୍କୁ ଖୋଜିବା ପାଇଁ କୋଲକାତା ଯାଇଥିଲେ ପତ୍ନୀ ଓ ବଡ ପୁଅ । କିନ୍ତୁ ବେଣୁଧର କାର୍ଯ୍ୟକରୁଥିବା ସଂସ୍ଥାକୁ ଯାଇ ସେମାନେ ବୁଝିଥିଲେ ଯେ ସେଠାକୁ ସେ ଆସୁନଥିଲେ । ଶେଷରେ ନିରାଶ ହୋଇ ଗାଁକୁ ଫେରିଥିଲେ ।
ବେଣୁଧର ନଫେରିବାରୁ ପରିବାରରେ ଅନେକ ସମସ୍ୟା ଲାଗି ରହିଥିଲା । ଏହାର ପ୍ରତିକାର ପାଇଁ ବେଣୁଧରଙ୍କ ପରିବାର ଜ୍ୟୋତିଷଙ୍କ ପରାମର୍ଶ ନେଇଥିଲେ । ଜ୍ୟୋତିଷ ଜଣକ ପରିବାର ଉପରେ ପ୍ରେତାତ୍ମାର ପ୍ରଭାବ ଥିବା କହିଥିଲେ ଓ ଏଥିରୁ ମୁକୁଳିବା ପାଇଁ ମୁକ୍ତି ମଣ୍ଡପ ପଣ୍ଡିତଙ୍କ ସହ ଆଲୋଚନା କରିବାକୁ ପରାମର୍ଶ ଦେଇଥିଲେ । ତାପରେ ବେଣୁଧରଙ୍କ ପରିବାର ମୁକ୍ତିି ପଣ୍ଡିତଙ୍କ ସହ ପରାମର୍ଶ କରିଥିଲେ । ପଣ୍ଡିତ ଓ ଜ୍ୟୋତିଷ ତାଙ୍କୁ କାର୍ତିକମାସ ଏକାଦଶୀଠାରୁ ନୀତି ଅନୁଯାୟୀ ୧୪ଦିନ ପର୍ଯ୍ୟନ୍ତ ବାପାଙ୍କ କ୍ରିୟା କରିବାକୁ ପରାମର୍ଶ ଦେଇଥିଲେ । ସେହି ଅନୁସାରେ ଏମିତି ବେଣୁଧରଙ୍କ ଶବ ସଂସ୍କାର କରିଛନ୍ତି ପରିବାର ଲୋକେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/11/SABA-DAHA.jpg)