କନକ ବ୍ୟୁରୋ: ଦୀର୍ଘ ବର୍ଷ ପରେ ଉଦ୍ଧାର ହେଲା ନିଖୋଜ ଶିଶୁ । ଏବେ ଦୀର୍ଘ ୭ ବର୍ଷ ପରେ ପିଲା ଖୋଜୁଛି ବାପା ମାଆର ଠିକଣା । ନା ଅଛି ଭବିଷ୍ୟତ ନା ଅଛି ବାପା ମାଆଙ୍କ ଆଶ୍ରା । ସ୍ୱାମୀ ଓ ସ୍ତ୍ରୀଙ୍କ ବିବାଦ ପାଇଁ ଫିଟିଲା ୬ ବର୍ଷ ତଳର ଗୁମର । ୨୦୧୭ରେ ନିଖୋଜ ହୋଇଯ୍ଧବଥିବା ଶିଶୁକୁ ଉଦ୍ଧାର କରିଛି ସିଡବ୍ଲୁସି ।
ବୌଦ୍ଧ ମନମୁଣ୍ଡା ଥାନା ଅଂଚଳରେ ଜଣେ ମାନସିକ ବିକାର ଗ୍ରସ୍ତ ମହିଳା ନିଜ ନବଜାତକକୁ ଧରି ବୁଲୁଥିଲେ । । ହେଲେ ହଠାତ୍ ଶିଶୁଟି କେଉଁଆଡେ ନିଖୋଜ ହୋଇଯାଇଥିଲା । ଏନେଇ ଶିଶୁ ମଙ୍ଗଳ କମିଟି ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ଘଟଣାକୁ ପ୍ରାୟ ୬ ବର୍ଷ ପୁରିଥିବା ବେଳେ ଏବେ ଘଟଣା ଉପରୁ ଉଠିଛି ପରଦା । ମନମୁଣ୍ଡା ମେଡିକାଲର ଜଣେ ଷ୍ଟାଫ ନର୍ସ ଶିଶୁଟିକୁ ଚୋରି କରି ନେଇଥିବା ଜଣାପଡିଛି । ଶିଶୁକୁ ନେଇ ସେ ତାଙ୍କ ଭଉଣୀକୁ ଦେଇଥିଲେ । ଘଟଣା ସମ୍ପର୍କରେ ନର୍ସଙ୍କ ସ୍ୱାମୀ ସିଡବ୍ଲୁସି ନିକଟରେ ଅଭିଯୋଗ କରିବା ପରେ ତଦନ୍ତ କରାଯାଇ ଶିଶୁକୁ ଉଦ୍ଧାର କରାଯାଇଛି । ପୁଲିସ ଘଟଣା ସମ୍ପର୍କରେ ଷ୍ଟାଫ ନର୍ସଙ୍କୁ ଅଟକ ରଖି ପଚରାଉଚୁରା ଜାରି ରଖିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/12/8-4.jpg)