କନକ ବ୍ୟୁରୋ: କେରଳର କୋଟାୟମ ଜିଲ୍ଲାରୁ ଆସିଛି ଏକ ରୋଚକ ଘଟଣା । ଏଠାରେ ଗୋଟେ ପରିବାରର ପୋଷା ବିଲେଇ ୨ ବର୍ଷ ହେବ କେଉଁ ଆଡେ ନିଖୋଜ ହୋଇଯାଇଥିଲା । ହେଲେ ଏବେ ସେ ହଠାତ ୨ ବର୍ଷ ପରେ ଘରକୁ ଫେରିଆସିଛି । ଏହି ବିଲେଇର ନାଁ ରସ୍ତିମ । ୨୦୧୬ରେ ମାଲିକ ଉସ୍ମା ଏହାକୁ ପାଳିଥିଲେ ଆଉ ଏକ ମାଲାୟାଲାମ ଫିଲ୍ମକୁ ଆଧାର କରି ଏହାର ନାମକରଣ କରିଥିଲେ ।

Advertisment

୪ ବର୍ଷ ପୂର୍ବେ ବିଲେଇର ଏକ ଦୁର୍ଘଟଣା ହୋଇଥିଲେ, ଯେଉଁଥିରେ ତା ଗୋଡରେ ଗଭୀର ଆଘାତ ଲାଗିଥିଲା । ଏହାପରେ ବିଲେଇର ଅସ୍ତ୍ରୋପଚାର ହୋଇଥିଲା । ହେଲେ ଅପରେସନ ପରେ ହଠାତ ବିଲେଇ କେଉଁଆଡେ ଚାଲିଗଲା । କାହାରିକୁ କିଛି ପତ୍ତା ନଥିଲେ ବିଲେଇ ଅଛି କେଉଁଠି, ତା ସହ ହୋଇଥିଲା କଣ?

ଏବେ ବିଲେଇକୁ ଫେରି ପାଇବା ପରେ ବେଶ ଖୁସି ଅଛନ୍ତି ମାଲିକ ଉଷ୍ମା । ଏନେଇ ସେ କହିଛନ୍ତି, କରୋନା ସମୟରେ ମୋ ବିଲେଇ ହଜିଯାଇଥିଲା । ଦୁର୍ଘଟଣାରେ ତାର ଅକ ଅପରେସନ ହୋଇଥିଲା । ସେଥିପାଇଁ ଆମେ ୬ ହଜାର ଟଙ୍କା ଖର୍ଚ୍ଚ କରିଥିଲୁ ।