କନକ ବ୍ୟୁରୋ: ଠାବ ହେଲେ ନିଖୋଜ ବ୍ୟାଙ୍କ ମ୍ୟାନେଜର । କଟକ ବଡମ୍ବାସ୍ଥିତ କାନାଡା ବ୍ୟାଙ୍କ ମ୍ୟାନେଜର ତପନ କୁମାର ସାହୁଙ୍କୁ ଠାବ କରିଛି ପୋଲିସ । ଗଞ୍ଜାମ ଗିରିଶୋଲା ନିକଟରୁ ତାଙ୍କୁ ଠାବ କରାଯାଇଛି । ଆନ୍ଧ୍ର ଆଡକୁ ଯିବା ସମୟରେ ପୋଲିସ ତାଙ୍କୁ ଠାବ କରିଛି ।
କଟକ ବଡମ୍ବା କାନାରା ବ୍ୟାଙ୍କ ଶାଖା ପରିଚାଳକ ଅଛନ୍ତି ତପନ କୁମାର ସାହୁ । ରହସ୍ୟଜନକ ଭାବେ ରବିବାରଠାରୁ ସେ ନିଖୋଜ ହୋଇଯାଇଥିଲେ । ନିଖୋଜ ହେବାକୁ ଏହା ଭିତରେ ତିନି ଦିନ ବିତିଯାଇଥିଲା । ତପନଙ୍କୁ ଖୋଜିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜକୁ ଆଧାର କରି ଯାଞ୍ଚ ଚଳାଇଥିଲା । ଆଉ ଶେଷରେ ତାଙ୍କୁ ଠାବ କରାଯାଇଛି ।
ସୂଚନାଯୋଗ୍ୟ ଯେ, ବ୍ରହ୍ମପୁରର ତପନ ସାହୁଙ୍କ ଗତ ୪ ମାସ ତଳେ ବିବାହ ହୋଇଥିଲା । ବଡ଼ମ୍ବା କାନାରା ବ୍ୟାଙ୍କ ଶାଖାରେ ଯୋଗଦେବା ପରେ ସେ ବଡ଼ମ୍ବାରେ ରହୁଥିଲେ । ପ୍ରତି ଶନିବାର ବ୍ୟାଙ୍କ ଛୁଟି ପରେ ବ୍ରହ୍ମପୁର ଯାଇ ସୋମବାର ସକାଳୁ ଫେରି ଆସୁୁଥିଲେ । ଗତ ଶନିବାର ମଧ୍ୟ ତପନ ଘରକୁ ଯାଇଥିଲେ । ରବିବାର ଦିନ ଶ୍ୱଶୁର ଘରକୁ ଯାଇଥିଲେ । ସେଠାରୁ ସେ ବଡ଼ମ୍ବା ଅଭିମୁଖେ ଆସୁଥିଲେ । ଅଧା ରାସ୍ତାରୁ ସେ କେଉଁଆଡେ ନିଖୋଜ ହୋଇଯାଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2023/09/Canara-bank-manager-goes-missing.webp)