କନକ ବ୍ୟୁରୋ: ଇଷ୍ଟର୍ଣ୍ଣ ମିଡିଆ ଡିଜଟାଲ କେବୁଲକୁ କାଟି ନେଇଛନ୍ତି ଦୁର୍ବୃ୍ତ୍ତ । ଏହି ଘଟଣାରେ ବାଦାମବାଡି ପୋଲିସ ୪ ଜଣଙ୍କୁ ଅଟକ ରଖି ପଚାରାଉଚୁରା କରୁଥିବା ଜଣାପଡିଛି । କେବୁଲ କାଟିବାରେ ନିର୍ଦ୍ଦିଷ୍ଟ କେବୁଲ ସସ୍ଥାର ଷଡଯନ୍ତ୍ର ରହିଥିବା କୁହାଯାଉଛି । ଏପରି କରି ଇଷ୍ଟର୍ଣ୍ଣମିଡିଆ ଡିଜିଟାଲ ବ୍ରଡବ୍ୟାଣ୍ଡ ସେବାରେ ବାଧା ସୃଷ୍ଟିି ପାଇଁ ଚେଷ୍ଟା କରାଯାଉଥିବା ଅନୁମାନ କରାଯାଉଛି ।
ତେବେ ପୋଲିସ ଅଟକ ରଖିଥିବା ୪ ଜଣ କଟକ ‘ଉଦୟ ଟେଲ୍’ ଘରୋଇ ସଂସ୍ଥାର କର୍ମଚାରୀ ବୋଲି ଜଣାପଡିଛି । କେବୁଲ କାଟିବା ସମୟରେ ସଂସ୍ଥାର କର୍ମଚାରୀ ଅଭିଯୁକ୍ତଙ୍କୁ ଧରିଥିଲେ । ସୂଚନା ମୁତାବକ, କଟକ ସହରରେ ଇଷ୍ଟର୍ଣ୍ଣ ମିଡିଆର କେବୁଲ ଉପଭୋକ୍ତାଙ୍କୁ ନିଜ ପକ୍ଷକୁ ନେବାକୁ ଏପରି ଷଡଯନ୍ତ୍ର କରାଯାଇଥିବା ଇଏମ୍ ଡିଜିଟାଲ ଗ୍ରୁପର କର୍ମଚାରୀ ଅଭିଯୋଗ କରିଛନ୍ତି ।
ଇଏମ ଡିଜିଟାଲର କେବୁଲ କାଟିନେଲେ ଦୁର୍ବୃତ୍ତ । ୪ ଜଣଙ୍କୁ ଅଟକ ରଖିଛି ପୋଲିସ
/kanak/media/post_attachments/wp-content/uploads/2022/05/64.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)