କନକ ବ୍ୟୁରୋ: ଘର ଆଗରେ ଥିବା ୩ଟି ଗାଡିକୁ ରାତିରେ ଜାଳିଦେଲେ ଦୁର୍ବୃତ୍ତ । ନିଆଁ ଲାଗି ଗୋଟିଏ କାର, ବୁଲେଟ ଓ ସ୍କୁଟି ପୋଡି ନଷ୍ଟ ହୋଇଯାଇଛି । ଗଜପତି ଜିଲ୍ଲା ମୋହନା ଥାନା ଚାନ୍ଦିପୁଟ ହାଟପଦାରେ ଏହି ଘଟଣା ଘଟିଛି । ନିଆଁର ପ୍ରକୋପ ଏତେ ଥିଲା ଯେ ଘରେ ଲାଗିଥିବା ବିଦ୍ୟୁତ ମିଟର ସହିତ ଘରର କବାଟ, ଝରକା ପୋଡିଯାଇଛି । ନିଆଁ ଲାଗି ଗାଡିର ଟାୟାର ଫାଟିବା ଶବ୍ଦ ଶୁଣିବା ପରେ ପରିବାର ଲୋକଙ୍କ ନିଦ ଭାଙ୍ଗିଥିଲା । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛନ୍ତି । ହାଟପଦାରେ ରାଜେଶ୍ୱରୀ ପାଇକ ତାଙ୍କ ଛୁଆପିଲାଙ୍କୁ ଧରି ରହୁଛନ୍ତି । ଦୁଇ ବର୍ଷ ହେବ ସ୍ୱାମୀ ଗଞ୍ଜେଇ କାରବାର ଅଭିଯୋଗରେ ଜେଲରେ ଅଛନ୍ତି । ଘରେ କେବଳ ମହିଳାମାନେ ଥିବା ଜାଣି କେହି ଦୁର୍ବୃତ ନିଆଁ ଲଗାଇ ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ଘର ଆଗରେ ୩ ଗାଡିକୁ ରାତିରେ ଜାଳିଦେଲେ ଦୁର୍ବୃତ୍ତ । ନିଆଁ ଲାଗି ପାଉଁଶ ହେଲା କାର, ବୁଲେଟ୍ ଆଉ ସ୍କୁଟି ।
/kanak/media/post_attachments/wp-content/uploads/2023/10/vlcsnap-2023-10-08-16h17m40s742.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)