କରୋନା ଛାଡିବା ପରେ, କଣ କରିବା ଉଚିତ, ପରାମର୍ଶବଳୀ ଜାରି କଲା ଆୟୁଷ ମନ୍ତ୍ରାଳୟ । କହିଲା ହଳଦୀ ମିଶାଇ ପିଅନ୍ତୁ କ୍ଷୀର : ପ୍ରତିଦିନ ଚବନପ୍ରାସ ଖାଇବା ସହ ଯୋଗ ଓ ପ୍ରାଣାୟାମ କରିବାକୁ ପରାମର୍ଶ

Advertisment
କରୋନା ଛାଡିବା ପରେ, କଣ କରିବା ଉଚିତ, ପରାମର୍ଶବଳୀ ଜାରି କଲା ଆୟୁଷ ମନ୍ତ୍ରାଳୟ ।  କହିଲା ହଳଦୀ ମିଶାଇ ପିଅନ୍ତୁ କ୍ଷୀର : ପ୍ରତିଦିନ ଚବନପ୍ରାସ ଖାଇବା ସହ ଯୋଗ ଓ ପ୍ରାଣାୟାମ କରିବାକୁ ପରାମର୍ଶ

କନକ ବ୍ୟୁରୋ : କରୋନା ଆକ୍ରାନ୍ତ ସୁସ୍ଥ ହେବା ପରେ ବି କିଛି ଦିନ ଧରି ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେଉଥିବାରୁ କିପରି ନିଜ ସ୍ୱାସ୍ଥ୍ୟର ପରିଚାଳନା କରିବେ ଏ ନେଇ ପୋଷ୍ଟ କୋଭିଡ୍ ପ୍ରୋଟୋକଲ ଜାରି କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।

ବ୍ୟକ୍ତିଗତ ସ୍ତରରେ କରିବେ କ’ଣ?

ମାସ୍କ ପିନ୍ଧିବା, ହାତ ଧୋଇବା, ସାମାଜିକ ଦୂରତା ନିୟମ ପାଳନ କରିବେ

ଯଥେଷ୍ଟ ପରିମାଣର ଉଷୁମ ପାଣି ପିଇବେ

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଆୟୁଷ ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ ସେବନ 

ଆୟୁଷ ମନ୍ତ୍ରାଳୟ ଅନୁସାରେ ସକାଳେ ଏକ ଚାମଚ ଚବନପ୍ରାସ୍ ସେବନ କରିବେ

ସକାଳେ ଓ ସଂଧ୍ୟାରେ ହଳଦୀ ମିଶା କ୍ଷୀରପାନ  

ଯୋଗାସନ, ପ୍ରାଣାୟମ, ସହ ସ୍ୱାସ୍ଥ୍ୟ ଠିକ୍ ଥିଲେ ନିୟମିତ କାର୍ଯ୍ୟ କରିପାରିବେ

ସକାଳ ଓ ସଂଧ୍ୟା ଭ୍ରମଣ 

ଡାକ୍ତରଙ୍କ ପରାମର୍ଶ ନେଇ ଶ୍ୱାସକ୍ରିୟା ପାଇଁ ବ୍ୟାୟାମ କରିପାରିବେ

ଆବଶ୍ୟକ ମୁତାବକ ନିଦ ଓ ବିଶ୍ରାମ ନେବେ

ଶରୀରର ତାପମାତ୍ରା, ରକ୍ତ ଚାପ, ରକ୍ତ ଶର୍କରା, ପ୍ଲସ ରେଟ୍ ନିୟମିତ ଯାଂଚ କରିବେ

ମଦ୍ୟପାନ ଓ ଧୂମପାନ ଠାରୁ ଦୂରେଇ ରହିବେ

ଏବେ ନଜର ପକାନ୍ତୁ କିପରି ରହିବ କରୋନା ପରବର୍ତ୍ତୀ ସ୍ୱାସ୍ଥ୍ୟସେବା?

ହସପିଟାଲରୁ ଡିସଚାର୍ଜ ହେବାର ୭ ଦିନ ପରେ ଚିକିତ୍ସିତ ହେଉଥିବା ଡାକ୍ତରଖାନାକୁ ଯାଇ କିମ୍ବା ଟେଲିଫୋନ ମାଧ୍ୟମରେ ପରାମର୍ଶ ନେବେ

ଏହା ପରେ ମଧ୍ୟ କିଛି ଦିନ ଅନ୍ତରରେ ନିୟମମିତ ଏଲୋପାଥି କିମ୍ବା ଆୟୁଷ ଡାକ୍ତରଙ୍କ ପରାମର୍ଶ ନେବେ

ଯେଉଁମାନେ ଘରେ ପୃଥକବାସରେ ରହିଛନ୍ତି, ଲକ୍ଷଣ ଦୂର ହୋଇନଥିଲେ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯିବାକୁ ପରାମର୍ଶ 

ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେଲେ ଆବଶ୍ୟକ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe