ପାଠପଢ଼ା ଚାଲିଥିଲା ବେଳେ ହଠାତ୍ ଶ୍ରେଣୀ ଗୃହରେ ପହଞ୍ଚିଲେ ମନ୍ତ୍ରୀ: ପିଲାଙ୍କୁ ନିଜ ନାଁ ସହ ପଚାରିଲେ ଗଣିତ ପ୍ରଶ୍ନ 

319

କନକ ବ୍ୟୁରୋ: ଚାଲିଥିଲା ସ୍କୁଲରେ ପାଠପଢ଼ା । ହଠାତ୍ ପହଂଚିଗଲେ ଆଦିବାସୀ, ଉନ୍ନୟନ ଓ ଆଇନ୍ ମନ୍ତ୍ରୀ ଜଗନ୍ନାଥ ସାରକା । ଆଉ ଶ୍ରେଣୀ ଗୃହରେ ପିଲାଙ୍କୁ ନିଜ ନାଁ ପଚାରିଲେ । କିନ୍ତୁ ପିଲାମାନେ ମନ୍ତ୍ରୀଙ୍କୁ ଚିହ୍ନିପାରିନଥିଲେ । ଏମିତି କିଛି ଥିଲା ସିମିଳିଗୁଡ଼ା ବ୍ଲକ୍ ସ୍ଥିତ ସୁବାଇ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟର ଦୃଶ୍ୟ । ମନ୍ତ୍ରୀଙ୍କର ହଠାତ୍ ଏମିତି ସ୍କୁଲରେ ପହଂଚିବା ନେଇ ସ୍କୁଲ ଛାତ୍ରୀମାନେ କିଛି ବୁଝିପାରିନଥିଲେ । ମନ୍ତ୍ରୀ ଜଗନ୍ନାଥ ସାରକା ସ୍କୁଲ ଶ୍ରେଣୀ ଗୃହରେ ଛାତ୍ରୀମାନଙ୍କୁ ଗଣିତ ପ୍ରଶ୍ନ ପଚାରିଥିଲେ ଏବଂ ମନ୍ତ୍ରୀଙ୍କୁ ସନ୍ତୋଷଜନକ ଉତର ମଧ୍ୟ ମିଳିଥିଲା । ସ୍କୁଲରେ ମନ୍ତ୍ରୀ ମଧ୍ୟାହ୍ନ ଭୋଜନର ତଦାରଖ କରିବା ସହ ଫାଇଭ-ଟି ଆଧାରରେ ସ୍କୁଲ ରୁପାନ୍ତରଣ କଥା ମଧ୍ୟ ପଚାରି ବୁଝିଥିଲେ । ପିଲାମାନଙ୍କୁ ଠାରୁ ସମସ୍ତ ଉତର ପାଇବା ପରେ ମନ୍ତ୍ରୀ ସ୍କୁଲରୁ ଚାଲିଯାଇଥିଲା । ତାଙ୍କ ସହ ପଟାଙ୍ଗି ବିଧାୟକ ପ୍ରୀତମ ପାଢୀ ଉପସ୍ଥିତ ଥିଲେ ।