ବଦଳିପାରେ ସ୍କୁଲ ୟୁନିଫର୍ମ । ହାଇସ୍କୁଲ ପିଲାଙ୍କ ଡ୍ରେସର ରଙ୍ଗର ବଦଳିବା ନେଇ ସଙ୍କେତ ଦେଲେ ମନ୍ତ୍ରୀ ।

551

କନକ ବ୍ୟୁରୋ: ଆଗାମୀ ଦିନରେ ବଦଳିପାରେ ସ୍କୁଲ ୟୁନିଫର୍ମ । ଏନେଇ ସଙ୍କେତ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ପ୍ରାଇମେରୀ ସ୍କୁଲ ପିଲାଙ୍କ ଡ୍ରେସ୍ର ରଙ୍ଗ ଯେପରି ଅଛି, ସେହିପରି ରହିବ । ହେଲେ ହାଇସ୍କୁଲ ପିଲାଙ୍କ ଡ୍ରେସର ରଙ୍ଗ ପରିବର୍ତ୍ତନ କରାଯାଇପାରେ । ଏନେଇ ଆଲୋଚନା କରାଯାଉଥିବା ସେ ସୂଚନା ଦେଇଛନ୍ତି । କିଛି ଦିନ ତଳେ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ସ୍କୁଲ ୟୁନିଫର୍ମର ରଙ୍ଗ ପରିବର୍ତ୍ତନ କରାଯାଇଥିଲା । ଧଳା ସହ ସବୁଜ ରଙ୍ଗ ଥିଲା ପୋଷାକର ରଙ୍ଗ । ହେଲେ ଏବେ ଏହାକୁ ପରିବର୍ତ୍ତନ କରାଯିବା ନେଇ ଆଲୋଚନା ଚାଲିଥିବା କହିଛନ୍ତି ମନ୍ତ୍ରୀ ।