ଧାନ କିଣାରେ ଅବ୍ୟବସ୍ଥା ନେଇ ଯୋଗାଣ ମନ୍ତ୍ରୀଙ୍କ ପ୍ରତିକ୍ରିୟା : କହିଲେ, ଯେଉଁମାନେ ପଂଜିକରଣ କରିଛନ୍ତି ସମସ୍ତଙ୍କୁ ଦିଆଯିବ ଟୋକନ; ସୁବ୍ୟବସ୍ଥିତ ଭାବେ ଚାଲିଛି ଧାନ କିଣା

୨ ଦିନରେ କିଣା ହୋଇଛି ୪୬ ହଜାର ୬ଶହର ମେଟ୍ରିକ ଟନ ଧାନ

162

କନକ ବ୍ୟୁରୋ : ଧାନ କିଣାରେ କୌଣସି ଅବ୍ୟବସ୍ଥା ନେଇ ଯୋଗାଣ ମନ୍ତ୍ରୀ ପ୍ରତିକ୍ରିୟା ଦେଇଛନ୍ତି । ସୁବ୍ୟବସ୍ଥିତ ଭାବେ ଧାନ କିଣା ଚାଲିଛି । ୨ ଦିନ ହେବ ରାଜ୍ୟରେ ଧାନ କିଣା ଆରମ୍ଭ ହୋଇଛି ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଯେଉଁମାନେ ଧାନ ବିକ୍ରି ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ହୋଇଛନ୍ତି, ସେମାନଙ୍କୁ ଟୋକନ ଦିଆଯାଇଛି ।

ଏଯାଏ ୪୬ ହଜାର ୬୦୦ ମେଟ୍ରିକ ଟନ ଧାନ ୨ ଦିନରେ କିଣାଯାଇଛି । ବରଗଡ଼,ସମ୍ବଲପୁର, କଳାହାଣ୍ଡିରେ ଧାନ କିଣା ଆରମ୍ଭ ହୋଇଛି । ଚଳିତ ବର୍ଷ ୭୧ ଲକ୍ଷ ମେଟ୍ରିକ ଟନ ଧାନ କିଣିବା ନେଇ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି କହିଛନ୍ତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।