ସୀମା ବିବାଦ ପ୍ରସଙ୍ଗରେ ଗୃହରେ ଉତ୍ତର ରଖିଲେ ରାଜସ୍ୱ ମନ୍ତ୍ରୀ : କହିଲେ, ଆପୋଷ ବୁଝାମଣାରେ କରାଯିବ ସୀମା ଚିହ୍ନଟ

ଜିଲ୍ଲାପାଳ ଓ ଆରଡିସିଙ୍କ ତତ୍ତ୍ୱାବଧାନରେ ଚାଲିଛି ବିବାଦ ସମାଧାନର ଉଦ୍ୟମ

82

କନକ ବ୍ୟୁରୋ : ସୀମା ବିବାଦ ପ୍ରସଙ୍ଗରେ ଗୃହରେ ଉତ୍ତର ରଖିଲେ ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି । କହିଲେ, ଆପୋଷ ବୁଝାମଣାରେ କରାଯିବ ସୀମା ଚିହ୍ନଟ । ଜିଲ୍ଲାପାଳ ଓ ଆରଡିସିଙ୍କ ତତ୍ୱାବଧାନରେ ବିବାଦ ସମାଧାନ ପାଇଁ ଉଦ୍ୟମ ଚାଲିଛି । କୋରାପୁଟ ଜିଲ୍ଲା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ୨୧ଟି ଗାଁକୁ ନେଇ ଏହି ସମସ୍ୟା ରହିଛି । ବାଲେଶ୍ୱର ଓ ପଶ୍ଚିମବଙ୍ଗରେ ମଧ୍ୟ କିଛି ସମସ୍ୟା ରହିଛି । ସମାଧାନ ପାଇଁ ପ୍ରଶାସନିକ ସ୍ତରରେ ଏକ କିମିଟି ହୋଇଛି । ଝାଡଖଣ୍ଡ ସହିତ ମଧ୍ୟ ଓଡିଶାର କିଛି ଜିଲ୍ଲାର ବିବାଦ ରହିଛି । ତେବେ ସମୟପୋଚିତ ପଦକ୍ଷେପ ପାଇଁ ସେମିତି କିଛି ବଡ ଧରଣର ସମସ୍ୟା ଉପୁଜିନି ।

ଅନ୍ୟପକ୍ଷରେ , ସୀମାବିବାଦ ପ୍ରସଙ୍ଗରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ପ୍ରତିକ୍ରିୟା ରଖିଛନ୍ତି। ଆବଶ୍ୟକ ପଦକ୍ଷେପ ନେଉ ନଥିବାରୁ ପଡ଼ୋଶୀ ରାଜ୍ୟ ଦାଦାଗିରି କରୁଛି । ମନ୍ତ୍ରୀ କିଛି ବୁଝୁନାହାନ୍ତି କିମ୍ବା ସୀମା ବିବାଦ ଭିତରକୁ ପସୁନାହାନ୍ତି । ସୀମାରେ ଥିବା ଲୋକଙ୍କ ପ୍ରତି ସରକାରଙ୍କ ନିଘା ନାହିଁ । ଗୋଟେ ପଟେ ସ୍ଥାଣୁତା ଆଉ ଗୋଟେ ପଟେ ଆକର୍ଷଣୀୟ ଯୋଜନା କରୁଛନ୍ତି। ବାଲେଶ୍ୱର , ଭଦ୍ରକରେ ଅନୁପ୍ରବେଶ କରି ପ୍ରବେଶ କରୁଛନ୍ତି। ଏ ପ୍ରସଙ୍ଗରେ ସମାଧାନ ପାଇଁ ସର୍ବଦଳୀୟ କମିଟି ଗଠନ କରି ସମସ୍ୟାର ସମାଧାନ କରିବାକୁ ଦାବି କରିଛନ୍ତି ।

ସେହିପରି ମୋହନ ମାଝୀ କହିଛନ୍ତି ଝାଡ଼ଖଣ୍ଡ ,ଛତିଶଗଡ଼ , ଆନ୍ଧ୍ରପ୍ରଦେଶ ସହିତ ଓଡ଼ିଶାର ସୀମାବିବାଦ ରହିଛି । କୋରାପୁଟରେ ୨୧ ,ଗଜପତିରେ ୧୬ ଗାଁ ସହିତ ବିବାଦ ରହିଛି । ଯେହେତୁ ସେଠି କୌଣସି ବିକାଶ ହେଉନି ସେଥିପାଇଁ ସେମାନେ ପଡ଼ୋଶୀ ରାଜ୍ୟ ଆଡ଼କୁ ଢଳୁଛନ୍ତି । ଦୀର୍ଘବର୍ଷ ଧରି ବିବାଦ ଥିଲେ ମଧ୍ୟ ୧ ପ୍ରତିଶତ ବି ସମାଧାନ ହୋଇନି । ତେଣୁ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ ନ କଲେ ବିବାଦର ସମାଧାନ ହେବନି ।