ସ୍କୁଲ ଖୋଲିବା ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା : କହିଲେ, କେମିତି ପ୍ରସ୍ତୁତ ହେବ ଗାଇଡଲାଇନ୍ ; ସମସ୍ତ ଅଂଶୀଦାରଙ୍କ ସହ ଆଲୋଚନା କରିବାକୁ ସଚିବଙ୍କୁ ଦିଆଯାଇଛି ନିର୍ଦ୍ଦେଶ

747

କନକ ବ୍ୟୁରୋ : ନଭେମ୍ବର ପାଇଁ ଆସିଲା ରାଜ୍ୟ ସରକାରଙ୍କ ନୂଆ ଗାଇଡ୍ଲାଇନ୍ । ଆସନ୍ତା ୧୬ ତାରିଖରୁ ଖୋଲିବ ସ୍କୁଲ । ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ଖୋଲିବ ସ୍କୁଲ । ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନ ଅନୁସାରେ ସ୍କୁଲ ଖୋଲିବାକୁ ଅନୁମତି ଦିଆଯାଇଛି । ଅନ୍ୟ ଶିକ୍ଷାନୁଷ୍ଠାନ ନଭେମ୍ବର ୩୦ ଯାଏଁ ବନ୍ଦ ରହିବ ।

ସ୍କୁଲ ଖୋଲିବା ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା ରଖିଛନ୍ତି । ସମୀର ଦାଶ କହିଛନ୍ତି କେମିତି ପ୍ରସ୍ତୁତ ହେବ ଗାଇଡଲାଇନ୍ , ସମସ୍ତ ଅଂଶୀଦାରଙ୍କ ସହ ଆଲୋଚନା କରିବାକୁ ସଚିବଙ୍କୁ ଦିଆଯାଇଛି ନିର୍ଦ୍ଦେଶ ।