କନକ ବ୍ୟୁରୋ : ଆଜିଠୁ ରାଜ୍ୟର ସମସ୍ତ ହାଇସ୍କୁଲ ଖୋଲିଛି । ଅଷ୍ଟମରୁ ଉର୍ଦ୍ଧ୍ୱ ଶ୍ରେଣୀ ପିଲାଙ୍କ ପାଠପଢା ଶ୍ରେଣୀଗୃହରେ ଆରମ୍ଭ ହୋଇଛି । ସ୍କୁଲ ଖୋଲିବା ପରେ ପୁରୀ ଜିଲ୍ଲା ଗୋପ ବ୍ଲକର ନିଗମାନନ୍ଦ ସରକାର ବିଦ୍ୟାଳୟ ପରିଦର୍ଶନ କରିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସ୍କୁଲରେ କରୋନା କଟକଣା କିଭଳି ପାଳନ କରାଯାଉଛି ।

Advertisment

କରୋନା ମୁକାବିଲା ପାଇଁ ସ୍କୁଲ ପରିସରରେ କିଭଳି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି, ତାହା ତଦାରଖ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଏହାପରେ ପିଲାମାନଙ୍କ ସହ ଆଲୋଚନା କରିଛନ୍ତି । ପରୀକ୍ଷାକୁ ନେଇ ବିବାଦ ଉଠୁଥିବାରୁ ସେନେଇ ପିଲାମାନଙ୍କ ସହ ମନ୍ତ୍ରୀ ଆଲୋଚନା କରିଛନ୍ତି । ଏଥିସହ ପରୀକ୍ଷା ପାଇଁ ପ୍ରସ୍ତୁତ ରହିବାକୁ ସେ ପିଲାମାନଙ୍କୁ ପରାମର୍ଶ ଦେଇଛନ୍ତି ।