ବାତ୍ୟା ମୁକାବିଲା ପ୍ରସ୍ତୁତି: ଶକ୍ତିମନ୍ତ୍ରୀ କହିଲେ, ବିଦ୍ୟୁତ୍ ବିଭାଗର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ । କୋଭିଡ୍ କେୟାର, ହସ୍ପିଟାଲରେ ଷ୍ଟାଣ୍ଡ ବାଏ ବ୍ୟବସ୍ଥା ।

483

କନକ ବ୍ୟୁରୋ: ସମ୍ଭାବ୍ୟ ବାତ୍ୟା ୟାସକୁ ନେଇ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ପ୍ରତିକ୍ରିୟା । କହିଲେ, ସମସ୍ତ କୋଭିଡ଼ କେୟାର ସେଂଟର, କୋଭିଡ଼ ହସ୍ପିଟାଲ ଓ ଡ଼ାକ୍ତରଖାନାକୁ ନିରବଛିନ୍ନ ବିଦ୍ୟୁତ୍ ଯୋଗାଣ କରାଯିବ । ଏହି ସବୁ ଜାଗାରେ ବିଦ୍ୟୁତ୍ କଟିଲେ ଷ୍ଟାଣ୍ଡ ବାଏ ବ୍ୟବସ୍ଥା କରାଯାଇଛି । ବାତ୍ୟା ମୁକାବିଲା ପାଇଁ ବିଦ୍ୟୁତ୍ ବିଭାଗର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ମୁଖତଃ ଡ଼ିସ୍କମ କମ୍ପାନୀ ଟାଟାକୁ ଅଧିକ ସତର୍କ ଓ ସଜାଗ ରହିବାକୁ କୁହାଯାଇଛି ।

ତେବେ ପାୱାର ଫେଲୁଅରର ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି  ବାତ୍ୟା ପରେ ବିଦ୍ୟୁତ୍ ପରିବହନ ବ୍ୟବସ୍ଥା ସୁରୁଖୁରୁରେ କରିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ବିଦ୍ୟୁତ୍ କରିଡ଼ର ଫ୍ରି କରିବା ପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି ଏହି ଟିମ୍ ପାଖରେ ରହିବ । ସେମାନେ ରାସ୍ତା ସଫା କରି ବିଦ୍ୟୁତ୍ ସରବରାହକୁ ଠିକ୍ କରିବେ । ବାତ୍ୟା ସମୟରେ ଗ୍ରାଉଣ୍ଡ ଲେବୁଲ କର୍ମଚାରୀଙ୍କୁ କିଭଳି ଖାଦ୍ୟ ଓ ପାନୀୟ ଠିକ୍ ଭାବେ ମିଳିବ ସେ ନେଇ ବ୍ୟବସ୍ଥା କରାଯାଇଛି ।