ରୁଚିକା ମୃତ୍ୟୁ ପ୍ରସଙ୍ଗରେ ଗୃହରେ ବିବୃତି ରଖିଲେ ମନ୍ତ୍ରୀ: କହିଲେ, ଏହା ଏକ ସମ୍ବେଦନଶୀଳ ଓ ଦୁଃଖଦ ଘଟଣା

64

କନକ ବ୍ୟୁରୋ: ରୁଚିକା ମୃତ୍ୟୁ ପ୍ରସଙ୍ଗରେ ବିଧାନସଭାରେ ବିବୃତି ରଖିଲେ ମନ୍ତ୍ରୀ । କହିଲେ, ଏହା ଏକ ସମ୍ବେଦନଶୀଳ ଓ ଦୁଃଖଦ ଘଟଣା । ଏଥିପାଇଁ ମୁଁ ମୃତ ଛାତ୍ରୀଙ୍କ ପରିବାର ବର୍ଗ ଓ ଆତ୍ମୀୟ ସ୍ୱଜନଙ୍କ ପ୍ରତି ସମବେଦନା ଜଣାଇବା ସହ ଆତ୍ମାର ସଦଗତି କାମନା କରୁଛି । ଘଟଣାକୁ ପୋଲିସ ଗୁରୁତର ସହ ନେଇଛି ।

କେସର ଉପଯୁକ୍ତ ତଦନ୍ତ ପାଇଁ କମିଶନରେଟ ପୋଲିସ ତରଫରୁ ୩ ଗୋଟି ଟିମ ଗଠନ କରାଯାଇଛି । ଜଣେ ଅତିରିକ୍ତ ଡିସିପିଙ୍କ ତତ୍ତ୍ୱବଧାନରେ ତଦନ୍ତର ତଦାରଖ କରାଯାଉଛି । ମୃତାକଙ୍କ ବନ୍ଧୁବର୍ଗଙ୍କ ଦ୍ୱାରା ଉତଥାପିତ ତଥ୍ୟ ଓ ଚିଠିରେ ଲିଖିତ ସମସ୍ତ ଦିଗକୁ ତଦନ୍ତରେ ସାମିଲ କରାଯାଇଛି ।